oom

ରାସ୍ତା ଉପରେ ନୂଆଁ ଖାଇବେ ଆନ୍ଦୋଳନକାରୀ : ଝାରବନ୍ଧ ବ୍ଲକ ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପ୍ରକାର ଗୁରୁତର ଅଭିଯୋଗକୁ ନେଇ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘ ଆହ୍ୱାନରେ ଚାଲିଥିବା ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଦାବୀ ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବାରୁ ଆସନ୍ତା ୧ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ବ୍ଲକ ସମ୍ମୁଖ ରାସ୍ତାରେ ପାଳନ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଘୋଷଣା କରିଛନ୍ତି । ଆଜି ଆନ୍ଦୋଳନ ସ୍ଥଳିକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲା, ଡଭା ସେବା ସମବାୟ ସମିତି ସୋସାଇଟି ୠଣ ଦେବାରେ ଜାଳିଆତି, ଜଳଛାୟା ପ୍ରକଳ୍ପରେ ଚାଷୀଙ୍କୁ ଛେଳି, ଗାଈ ପ୍ରଦାନ ଓ ଚାଷୀଙ୍କ କ୍ଷେତରେ ଫାର୍ମ ଫଣ୍ଡ ଟଙ୍କା ଅଧିକାରୀ ମାନେ ହଡ଼ପ କରି ଖାଇ ଦେଇଥିବା ପ୍ରମାଣ ହୋଇ ସାରିଥିବା ସତ୍ୱେ ଓ ୭ ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନ ସ୍ଥଳିରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କ୍ଷୋଭ ପ୍ରକାଶ କରିଥିଲେ । ଝାରବନ୍ଧ ବ୍ଲକର ଛୋଟ ଅନକି ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଲେଡ ପାଣ୍ଠିର ୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ସଂପୃକ୍ତ ଜେଇ ଓ ଠିକାଦାର ବିନା କାମ କରି ୫ ଲକ୍ଷ ଟଙ୍କା ଉଠାଇ ନେବା ଝାରବନ୍ଧ ବିଡିଓ ସୁନୀଲ କୁମାର ମେହେର ଆନ୍ଦୋଳନ ସ୍ଥଳିକୁ ଆସି ସ୍ୱୀକାର କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କ ସହ ବିଜେପି ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ, ସାମନ୍ତ ଶେଖର ମୁନା, ମାନଭଞ୍ଜନ ମିର୍ଦ୍ଧା, ଯୋଗେନ୍ଦ୍ର ଭୋଇ, ଗଣେଶ ସାହୁ, ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ ସାମିଲ ହୋଇଥିଲେ । ନୂଆଁଖାଇ ପର୍ବ ଥିବାରୁ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ବିଡିଓ ଶ୍ରୀ ମେହେର ଖଟିଖିଆ ସଂଘକୁ ଅନୁରୋଧ କରିଥିଲେ ମଧ୍ୟ ଆନ୍ଦୋଳନକାରୀ କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଘୋଷଣା କରିବା ସହ ୧ ତାରିଖ ବ୍ଲକ ସାମ୍ନାରେ ନୂଆଁଖାଇ ପାଳନ ପାଇଁ ଘୋଷଣା କରିଛନ୍ତି । ଆଜିର ଏହି ଆନ୍ଦୋଳନ ସମୟରେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ, ସତ୍ୟମ ପ୍ରଧାନ, ନାଥ ସିଦ୍ଧାର, ଅକ୍ଷୟ କୁମାର ପ୍ରଧାନ, ରାଜେଶ ମହାନନ୍ଦ, ବିଜୟ ପ୍ରଧାନ, ଅମୂଲ୍ୟ ପ୍ରଧାନ, ଜୟନ୍ତ ପ୍ରଧାନ, ଡୋଲାମଣି ନାୟକ, ଘାସିରାମ ନାୟକ, ଗୁରୁ ସାଗର ପଟେଲ, ସୁରେନ୍ଦ୍ର ଭୋଇଙ୍କ ସମେତ ୪ ଶହ ଅଧିକ ଜନ ସାଧାରଣ ସାମିଲ ଥିଲେ ।

jittmm
Leave A Reply

Your email address will not be published.