oum

ଦରଦାମ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ରୋକିବା ଦାବୀରେ ଆଜି ସୁବର୍ଣ୍ଣପୁରଠାରେ ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ବଢିବଢି ଚାଲିଥିବା ଦରଦାମ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଜାଳେଣି ଗ୍ୟାସ, ଖାଇବା ତେଲ ସହ ଛଡ, ସିମେଣ୍ଟ ପରି ନିର୍ମାଣ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅସୁବିଧାରେ ପକାଇ ଦେଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ-ଖଟିଖିଆଙ୍କୁ ଶୋଷଣ କରୁଛନ୍ତି । ଆଗାମୀ ଦିନରେ ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଜିନିଷର ଦର ନିୟନ୍ତ୍ରଣ କରାନଗଲେ ଏହି ଜନ ଆନ୍ଦୋଳନକୁ ତୀବ୍ର କରାଯିବା ସହ ବିଜେପି ଓ ବିଜେଡି ସରକାର ବିରୁଦ୍ଧରେ ସଂଗ୍ରାମ କରାଯିବ ବୋଲି ସୁରକ୍ଷା ମଂଚ ତରଫରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.