om academy

ଆଞ୍ଚଳିକ କୃଷକ ଶ୍ରମିକ ସଂଘ ବିରାଟ ଆନ୍ଦୋଳନ ପାଇଁ ସଜବାଜ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡର ଚାଷୀ ସମ୍ପୂର୍ଣ୍ଣ ଭାବେ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଚାଷ ପାଇଁ କୌଣସି ବିକଳ୍ପ ଜଳ ସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀ ପ୍ରତି ବର୍ଷ ମରୁଡି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଫଳରେ ହଜାର ହଜାର ଗରିବ ପରିବାର ରାଜ୍ୟ ତଥା ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଅନେକ ସମୟରେ ପ୍ରତିପୋଷଣ ଚିନ୍ତାରେ ଚାଷୀ ଆତ୍ମହତ୍ୟା ଭଳି ଅଭାବନିୟ ଘଟଣା ଦେଖିବାକୁ ମିଳୁଛି । ପଦ୍ମପୁର ଉପଖଣ୍ଡକୁ ମରୁଡିର ସ୍ଥାୟୀ ପ୍ରତିକାର କରାଯିବା, ଶସ୍ୟବୀମା ଟଙ୍କା ପ୍ରଦାନ, କୃଷିଋଣ ଛାଡ଼, ଇନପୁଟ ସବସିଡ଼ି ପ୍ରଦାନ, ଚାଷୀଙ୍କୁ ସରକାର ପେନସନ୍‌ ଯୋଗାଇ ଦେବା ପାଇଁ ଦାବୀଗୁଡିକ ସଭାରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏକ ବିରାଟ ଚାଷୀ ଆନ୍ଦୋଳନ ପାଇଁ ଚାଷୀମାନେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ସଭାରେ ସରୋଜ ବେହେରା, ରୂପଧର ପଧାନ, ଲକ୍ଷ୍ମଣ ସାହୁ, ଲକ୍ଷ୍ମୀ ପ୍ରସାଦ ସାହୁ, ଗହଳ ମହନନ୍ଦ, ରୁକ୍ମନ ସ୍ୱାଇଁ, ଈଶ୍ୱର ସାହୁ, କେଶବ ଡନସନା, ରମେଶ ନାୟକ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.