ଗାଇସିଲେଟ୍‌ ବ୍ଲକର ଗଣ ବଳାତ୍କାର ଓ ଘର ପୋଡ଼ି ମାମଲା : ପୁଣି ଗର୍ଜିଲେ ଆନ୍ଦୋଳନକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଏବଂ ଘର ପୋଡ଼ି ମାମଲାକୁ ନେଇ ଆନ୍ଦୋଳନ । ଆଜି ପୁଣି ଗର୍ଜିଲେ ଆନ୍ଦୋଳନକାରୀ । ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏ ପର୍ଯ୍ୟନ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୀଡ଼ିତାଙ୍କୁ ନ୍ୟାୟ ଦାବୀରେ ଆଜି ବହୁଜନ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ମୁଖ୍ୟଙ୍କ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀମାନେ ବରଗଡ଼ ଲୋକ ମଣ୍ଡପ ପଡ଼ିଆରୁ ମଞ୍ଚର ହଜାର ହଜାର ମହିଳା, ପୁରୁଷ ସମବେତ ହୋଇଥିଲେ । ପରେ ଏକ ଶୋଭାଯାତ୍ରାରେ ବାହାରି ଏସ୍‌ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଏସ୍‌ପି ରାହୁଲ ଜୈନଙ୍କୁ ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ । ରାଜ୍ୟର ବିଭିନ୍ନ ସଂଗଠନ ସଭ୍ୟସଭ୍ୟା ଏଥିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.