ଡୁମ୍ବେରପିଟା ପଞ୍ଚାୟତବାସୀଙ୍କ ଚେତାବନୀ : ପଞ୍ଚାୟତ ଅଫିସ କାର୍ଯ୍ୟକ୍ଷମ ନ ହେଲେ ୧୬ରୁ ଆନ୍ଦୋଳନ ଧମକ

  • ୨ ବର୍ଷ ହେଲା ବ୍ଳକ ପ୍ରଶାସନର ପ୍ରତିଶୃତି
  • କୋଠା ଶେଷ ହେବା ସତ୍ୱେ ଉଦଘାଟନ ହୋଇନି

ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ବ୍ଳକର ଆଦିବାସୀ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ଡୁମ୍ବେରପିଟା ପଞ୍ଚାୟତର ଡୁମ୍ବେରପିଟା, ଚିପାକାନି, ସତୀଘାଟ, ପିଲାତିମହୁଲ ଓ ସୁନାରିଜୋର ଗ୍ରାମବାସୀ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ରାମଚନ୍ଦ୍ରପୁର ପଞ୍ଚାୟତକୁ ଭାଗ କରି ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡୁମ୍ବେରପିଟାକୁ ନୂତନ ପଞ୍ଚାୟତର ମାନ୍ୟତା ଦେଇ ବିକାଶ କରାଯିବାକୁ ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ବ୍ଳକ ପ୍ରଶାସନର ଅଣଦେଖା ଯୋଗୁଁ ଡୁମ୍ବେରପିଟା ପଞ୍ଚାୟତ ବାସୀଙ୍କୁ ଅଣଦେଖା କରି ଚାଳିଛନ୍ତି । ଡୁମ୍ବେରପିଟା ମାଡା ଅଞ୍ଚଳ ଯୋଗୁଁ ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇଥିବାରୁ ନିଜର ମୌଳିକ ଅଧିକାରକୁ ନେଇ ସଂଗଠିତ ହୋଇପାରୁ ନାହାନ୍ତି । ଏହାର ସୁଯୋଗ ଦେଇ ଅଣଦେଖା କରାଯାଉଛି ବୋଲି ଭିଲେଜର୍ସ ଇଣ୍ଡିଆ ପାଟିର ସଭାପତି ଡ. ବିପିନ କୁଶଲିଆ ଏକ ପ୍ରେସ ବିବୃତିରେ କହିଛନ୍ତି । ଶ୍ରୀ କୁଶଳିଆ କହିଛନ୍ତି ଯେ, ଡୁମ୍ବେରପିଟା ପଞ୍ଚାୟତ କାର୍ଯ୍ୟାଳୟ ନିର୍ବାଣ ଶେଷ ହୋଇଛି । ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ବିଦ୍ୟୁତ ଓ ପାଣି ସଂଯୋଗ କାମ ବାକି ଅଛି । ପଞ୍ଚାୟତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କଲେ ଦୀର୍ଘ ୧୫ କିଲୋମିଟର ରାମଚନ୍ଦ୍ରପୁର ପଞ୍ଚାୟତକୁ ଲୋକମାନେ ଟଙ୍କିଆ ଚାଉଲ ଆଣି ଯିବାକୁ ପଡ଼ିବ ନାହିଁ । ସେହିପରି ବିଭିନ୍ନ ସମୟରେ ଭତ୍ତା ଟଙ୍କା ପଞ୍ଚାୟତକୁ ଆଣିଯିବାକୁ ପଡ଼ୁଛି । ଏହି ସମସ୍ୟାର ଦାବୀ ପାଇଁ ଦୁଇ ବର୍ଷ ହେଲା କୁଶଳିଆଙ୍କ ନେତୃତ୍ୱରେ ବ୍ଳକ ମୁଖ୍ୟାଳୟ, ପଞ୍ଚାୟତ ମୁଖ୍ୟାଳୟ ଅନେକ ସମୟରେ ଆମରଣ ଅନସନ ହୋଇଛି । ବ୍ଳକ ପ୍ରଶାସନ ବାରମ୍ବାର ମାତ୍ର ୭ ଦିନ ମଧ୍ରରେ ଦାବୀ ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି ପ୍ରତିସ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହେଉଛି । ହେଲେ ଆସନ୍ତା ଅଗ‌ଷ୍ଟ ୧୫ ତାରିଖ ସୁଦ୍ଧା ପଞ୍ଚାୟତ କାର୍ୟ୍ୟକ୍ଷମ ନ କଲେ ୧୬ ତାରିଖରୁ ନିଶ୍ଚିତ ଭାବେ ଆନ୍ଦୋଳନ କରାଯିବ । ଆଉ କାହାରି ପ୍ରତିଶୃତିକୁ ସମ୍ମାନ ଦିଆଯିବ ନାହିଁ । ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ସମ୍ବାଦକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୦ ତାରିଖ ଦିନ ବ୍ଳକ କାର୍ଯ୍ୟାଳୟରେ ଧାରଣାରେ ବସି ତତ୍‌କାଳୀନ ବିଡିଓଙ୍କୁ ଏ ସଂକ୍ରାନ୍ତରେ ଦାବୀ ପତ୍ର ଦିଆଯାଇଥିଲା । ସେହିପରି ଗତ ଜୁନ ୧୮ ତାରିଖ ଦିନ ଡୁମ୍ବେରପିଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିଲା । ସେହି ସମୟରେ ବିଡ଼ିଓ ମାତ୍ର ୭ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିବା ସହ ଚଳିତ ମାସର ସରକାରୀ ରାଶନ ସାମଗ୍ରୀ ବିକ୍ରୟ ଓ ଭତ୍ତା ଟଙ୍କା ବଣ୍ଟନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଅଗଷ୍ଟ ମାସ ଆସିଥିଲେ ମଧ୍ୟ ପ୍ରତିଶୃତି ରକ୍ଷା କରି ନାହାନ୍ତି ତେଣୁ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ କେହି ବନ୍ଦ କରି ପାରିବ ନାହିଁ ବୋଲି କୁଶଲିଆ କହିଛନ୍ତି ।

Leave A Reply

Your email address will not be published.