jayashree

ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାରା ଓଡ଼ିଶାର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବିଗତ ୮ ମାସ ହେଲା ନିଜର ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା – ଏମ୍‌.ବି.କେ., ସି.ଆର୍‌.ପି., ବ୍ୟାଙ୍କମିତ୍ର, କୃଷିମିତ୍ର, ପ୍ରାଣୀମିତ୍ରଙ୍କୁ ଅଦ୍ୟାବଧି ପ୍ରାୟ ୮ ମାସ ହେଲା ନିଜର ପାରିଶ୍ରମିକ ପ୍ରାପ୍ୟ ମିଳିନାହିଁ । ଗ୍ରାମପଞ୍ଚାୟତର ତୃଣମୂଳସ୍ତରରେ କାର୍ଯ୍ୟ କରି ସରକାରଙ୍କ ଯୋଜନକୁ ସଫଳ ରୂପାୟନ ଦେଇଥିଲେ । କିନ୍ତୁ ସ୍ଵଳ୍ପ ପାରିଶ୍ରମିକ ସହ ସାଂସାରିକ କାର୍ଯ୍ୟ ଚାପ ସତ୍ୱେ କେବେ ନିଜର କାର୍ଯ୍ୟ କ୍ଷେତ୍ରରେ ଅବହେଳା ନ କରି କାର୍ଯ୍ୟ ସଂପାଦନ କରିଆସିଥିଲେ । କିନ୍ତୁ ବିଗତ ୮ ମାସ ହେଲା ନିଜର ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି ସାରା ଓଡ଼ିଶାର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ । ସୂଚନା ଥାଉକି, ଅଲ୍ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ ନିର୍ଦ୍ଦେଶ କ୍ରମେ ଗତ ସେପ୍ଟେମ୍ବର ୨୫ ତାରିଖରେ ପ୍ରତି ବ୍ଲକରେ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ତାହା ସହିତ ନଭେମ୍ବର ୪ ତାରିଖରେ ଅଲ୍ ଓଡ଼ିଶାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଭୁବନେଶ୍ଵର ସ୍ଥିତ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ଘେରାଉ କରିଥିଲେ । ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକାଙ୍କ ସହ ଆଲୋଚନା ପରେ ଅକ୍ଟୋବର ୨ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ତା’ପରେ ପରେ ବି ଅର୍ଥାତ ଡିସେମ୍ବର ୨ ତାରିଖ ସୁଦ୍ଧା ଦେଇଥିବା ଦାବି ପୂରଣ ନହେବା ଯୋଗୁଁ ମଙ୍ଗଳବାର ଠାରୁ ଛତ୍ରପୁର ବ୍ଲକ ବିଡ଼ିଓଙ୍କ ଅନୁପସ୍ଥିତ ହେତୁ ବ୍ଲକ ଫାଇନାନ୍ସ ଅଧିକାରୀଙ୍କୁ ଡିସେମ୍ବର ୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ତଥା ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ସମୂହ କାର୍ଯ୍ୟବନ୍ଦ କରିବେ ବୋଲି ବ୍ଲକ ପ୍ରଶାସନିକ କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତାହାର ଏକ ଏକକିତା ନକଲ ବ୍ଲକର ବିପିଏମ୍, ବିପିସିଙ୍କୁ ପ୍ରେରଣ କରିଛନ୍ତି । ତାହା ସହିତ ଅଲ୍ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ ନିର୍ଦ୍ଦେଶ ରହିଛି ଆଗାମୀ ଡ଼ିସେମ୍ବର ୯ ତାରିଖରେ ଭୁବନେଶ୍ଵର ରାଜରାସ୍ତାରେ ଜୋର୍‌ଦାର୍‌ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ୧୮ ଗୋଟି ଗ୍ରାମପଞ୍ଚାୟତର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ର ପ୍ରାୟ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.