ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଡଙ୍ଗର ଦେବତା ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ଓ ବାହାର ରାଜ୍ୟର ନିର୍ଦ୍ଦିଷ୍ଟ ଅଣ ଓଡ଼ିଆ ଆଦାନୀ କମ୍ପାନୀ ଜମି ଅଧିଗ୍ରହଣ ଏବଂ ଦଲାଲି ପ୍ରକ୍ରିୟାକରଣ ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଠାରେ ୨୫ ନଭେମ୍ବରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ, ହରିଶଙ୍କର ଶାଖା । କେନ୍ଦ୍ର ଓ ରାଜ୍ୟ ସରକାର ଆଦାନୀକୁ ଗନ୍ଧମାର୍ଦ୍ଦନ ପାହାଡକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେଡି ରାଜ୍ୟ ଯୁବ ସମ୍ପାଦକ ଅଜିତ୍ ଯୋଷୀ ଶନିବାର ନିଜ ସମର୍ଥକ ମାନଙ୍କ ସହ ଖପ୍ରାଖୋଲ ତହସିଲ ସାମ୍ନାରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣାରେ ବସିଥିଲେ । କୌଣସି ମତେ ମଧ୍ୟ ଆଦାନୀକୁ ଆମର ଏହି ଐତିହ ସମ୍ପନ୍ନ ପାହାଡ ଦିଆଯିବ ନାହିଁ ସରକାର ଲିଖିତ ଭାବେ ଦିଅନ୍ତୁ ବୋଲି ଅଜିତ ଯୋଷୀ ଦାବି କରିଥିଲେ ।