ls

ଏକ ବର୍ଷର ଅଣ୍ଡିରା ବାଘୁଣୀ ଶାବକ ‘ବିବେକ’ର ମୃତ୍ୟୁ

sb

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକ ବର୍ଷର ଅଣ୍ଡିରା ବାଘୁଣୀ ଶାବକ ‘ବିବେକ’ର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡ଼ରେ ରହୁଥିବା ନାଲି ବାଘୁଣୀ ‘ମେଘା’ର ଗର୍ଭରୁ ଜନ୍ମିତ ଶାବକ ବିବେକର ମୃତ୍ୟୁ ଘଟିଥିବା ବେଳେ ଏହି ଅଣ୍ଡିରା ବାଘୁଣୀ ଶାବକକୁ ମୃତ୍ୟୁ ବେଳକୁ ଏକ ବର୍ଷ ହେଉଥିବା ଜଣାପଡିଛି । ଖବର ଅନୁଯାୟୀ ସଫାରୀରେ ରହୁଥିବା ଏହି ବାଘ ଛୁଆଟି ୨/୩ ଦିନ ହେବ ଛୋଟେଇ ଛୋଟେଇ ଚାଲୁଥିଲା । ଆଜି ତାକୁ ଟ୍ରାଙ୍କୁଲାଇଜ କରି ବନ୍ୟପ୍ରାଣୀ ଚିକିତ୍ସାଳୟକୁ ଆଣି ଛୋଟାଉଥିବା ଗୋଡ଼କୁ ଏକ୍ସରେ କରିଥିଲେ । ରିପୋର୍ଟରୁ ତାର ଗୋଡ଼ଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା । ତେବେ ଜରୁରିକାଳୀନ ଭିତ୍ତିରେ ଚିକିତ୍ସା ଜାରି ରହିଥିବାବେଳେ ହଠାତ ଛୁଆଟିର ପାଟିରୁ ରକ୍ତ ସ୍ରାବ ହୋଇ ମୃତ୍ୟୁ ଘଟିଥିଲା ।

pc pk
Leave A Reply

Your email address will not be published.