ଅନ୍ଧ ବିଶ୍ୱାସ : ଗୁଣିଆ କଥାରେ ପଡି ମୃତ ଶିଶୁ ସନ୍ତାନ ବଞ୍ଚିଯିବ ବୋଲି ଭାବୁଛି ମା’

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାଣି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ୱାସ ଲୋକଙ୍କ ମନରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସିଆ ପୁଅର ମୃତ୍ୟୁ ୧୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଗୁନିଆ କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଘରେ ରଖିଛନ୍ତି । ମାଁ ପୁଅ ବଞ୍ଚିବ ଆଶାରେ ପାଖରେ ଖଟରେ ଶୁଆଇଦେଇ ପୁଅର ବଞ୍ଚିବା ବାଟକୁ ଅପେକ୍ଷା କରିରହିଛି । ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ନାରାୟଣ ପୁର ଗାଁରେ ନବଘନ କର୍ମୀଙ୍କ ୧୦ ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲ୍ଲା ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁନିଆକୁ ଦେଖାଇଥିଲେ କିନ୍ତୁ ସେ ପୁଅ ତୋର ବଞ୍ଚିଯିବ । ତାଙ୍କୁ ଡାହାଣୀ କୋପ କରିଛି ବୋଲି କହିଥିଲା । ଦେହରେ ହଲଦୀ ଏବଂ ଚନ୍ଦନ ବୋଳି ଦେଲା ଆସନ୍ତାକାଲି ୭ ଟା ପର୍ୟ୍ୟନ୍ତ ତୋର ପୁଅ ବଞ୍ଚିଯିବ ବୋଲି ଗୁନିଆ ଜଣକ କହିଲା ପରେ ପୁଅକୁ ବାପା ମାଁ ଏମିତି ଜଗି ବସିଛନ୍ତି ।

Leave A Reply

Your email address will not be published.