centurian jitm

ଗଞ୍ଜାମ ବ୍ଲକରେ ଶିଶୁଙ୍କୁ ନିମ୍ନ ମାନର ଅଣ୍ଡା ପ୍ରଦାନ ଅଭିଯୋଗ : ପାଣିରେ ଭାସୁଛି ଅଣ୍ଡା

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାର ଶିଶୁମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଷ୍ଟିସାର ଜାତୀୟ ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି କିନ୍ତୁ ବିଭିନ୍ନ ସମୟରେ ଶିଶୁଙ୍କୁ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ହୋଇଥିବା ଘଟଣା ପଦାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ । ସୂଚନା ଅନୁସାରେ ଶିଶୁମାନଙ୍କୁ ପ୍ରଦାନ କରାଯାଇଥିବା ଅଣ୍ଡା ନିମ୍ନ ମାନର ବୋଲି ୱାର୍ଡ ନଂ ୬ର ଓଡ଼ିଆ ଢମଣା ସାହିର ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି । ତାଙ୍କୁ ଦିଆଯାଇଥିବା ଅଣ୍ଡା ପାଣିରେ ଭାସୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେହି ଅଣ୍ଡାରେ ଛୁଆ ଥିବା ସେ କହିଛନ୍ତି । ଏନେଇ ସେ ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡ଼ିଓ ଜସ୍ମିନ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.