ls

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନ ମହୋତ୍ସବ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବନମହୋତ୍ସବ ପାଳନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ସଭାରେ ଉପସ୍ଥିତଥିବା ସମସ୍ତ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଜଣାଇ ବୃକ୍ଷରୋପଣର ଉପକାରିତା ବିଷୟରେ ନିଜର ଅଭିଭାଷଣ ଦେଇ ସମସ୍ତଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇଥିଲ । ଏହା ପରେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ମୀନକେତନ ସାହୁ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସଭାରେ ଉପସ୍ଥିତଥିବା ସମସ୍ତଙ୍କୁ ବିଶ୍ଵ ତାପମାତ୍ରା ବୃଦ୍ଧି ଓ ଏହାର କାରଣ ଉପରେ ଉଦାହରଣ ସହିତ ବର୍ଣ୍ଣନା କରି ବୃକ୍ଷରୋପଣକୁ ଏହାର ଏକ ମୁଖ୍ୟ ପ୍ରତିକାର ଭାବରେ ଉପସ୍ଥାପନ କରି ସମସ୍ତଙ୍କୁ ଏକ ଏକ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ । ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପରିବେଶ ସମ୍ପର୍କୀୟ ସମସ୍ୟାବଳୀ ଗୁଡ଼ିକ ବିଷୟରେ ବ୍ୟାଖ୍ୟା କରି ସମସ୍ତଙ୍କୁ ବୃକ୍ଷରୋପଣ ପାଇଁ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଉତ୍ସାହିତ କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସଭାରେ ଯୋଗଦେଇ ନିଜ ଅଭି ଭାଷଣରେ ସମସ୍ତଙ୍କୁ ପରିବେଶ ପ୍ରଦୂଷଣ, ବିଶ୍ଵ ତାପମାତ୍ରା ବୃଦ୍ଧି, ଓଜୋନ ସ୍ତର ହ୍ରାସ ଇତ୍ୟାଦି ସମସ୍ୟାବଳୀ ଗୁଡ଼ିକ ବିଷୟରେ ଅବଗତ କରାଇ ବୃକ୍ଷରୋପଣ ପାଇଁ ଆହ୍ୱାନ ଦେଇଥିଲେ । ସଭାର ଶେଷପର୍ଯ୍ୟାୟରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ ତରଫରୁ ପୁରସ୍କୃତ ହୋଇଥିବା ଅଞ୍ଚଳ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ବରିହା ମହୋଦୟା ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ଏବଂ ଶେଷରେ ପ୍ରାଧ୍ୟାପକ ଡ. ସରୋଜ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସମାଜସେବୀ ନିରୋଜ ଦୋରାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ । ସଭା ସମାପ୍ତି ପରେ ଅଞ୍ଚଳ ମହାବିଦ୍ୟାଳୟର ଚାରି ପାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଆମନ୍ତ୍ରିତ ଅତିଥି ବୃନ୍ଦ ବୃକ୍ଷରୋପଣ କରିଥିଲେ ଏବଂ ଏହା ପରେ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷରୋପଣରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ୍. ଏସ୍. ଏସ୍. ୱିଙ୍ଗ, ଏନ୍. ସି. ସି. ୱିଙ୍ଗ, ଇକୋ କ୍ଲବ, ୟୁଥ୍ ରେଡ୍‌କ୍ରସ୍‌ର ସମସ୍ତ ସଦସ୍ୟବୃନ୍ଦ ବିଶେଷ ଭାବରେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

pc pk
Leave A Reply

Your email address will not be published.