oom

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

jsmm

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା’ଙ୍କ ଦେହାନ୍ତ ହେଲା । ମା’ ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ ଅଜା ଆଇଙ୍କ ପାଖରେ ରହୁଥିଲେ । ରେଶମା ଏହି ବର୍ଷ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଅଜା ଆଇ ବୃଦ୍ଧ ହୋଇଥିବାରୁ ଶିଶୁ ମାନଙ୍କୁ ଭରଣ ପୋଷଣ କରିବାରେ କଷ୍ଟ ହେଉଥିଲା । ଦୁଇ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବୃଦ୍ଧ ଅଜା ଆଇ ବିଭିନ୍ନ ଗଣମାଧ୍ୟମରେ ନିବେଦନ କରିଥିଲେ । ଏହି ସମସ୍ୟା ବିଷୟରେ ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବି ସିଂହ, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ମନ୍ତ୍ରୀ ଟୁକୁନି ସାହୁଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବା ସହ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ନୂଆପଡା ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ପହଂଚି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଦୁଇ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫ ସହ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । ଯଦି ତାଙ୍କର ଅଜା ଆଇ ରାଜି ହୁଅନ୍ତି ତେବେ ଦୁଇ ଶିଶୁଙ୍କୁ କୌଣସି ଏକ ଆଶ୍ରମରେ ରଖାଯିବ ବୋଲି କହିଛନ୍ତି । ସେହିପରି ସେମାନଙ୍କୁ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଯଶୋବନ୍ତ ରଣାଙ୍କ ଏହିପରି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.