ls

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଅନନ୍ତ ବ୍ରତ ପାଳିତ

sb

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ । ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟ କୂଳ ନାଗ ସହିତେ ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ । ବ୍ରହ୍ମାଙ୍କୁ ତପସ୍ୟା କରି ସେ ଅଭୟ ଆଶିର୍ବାଦ ପ୍ରାପ୍ତ କରିଥିଲେ ଓ ତାହ ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ପାଇଥିଲେ । ସହସ୍ର ଫଣାରେ ଦେବୀ ପୃଥିବୀଙ୍କୁ ସେ ଧାରଣ କରି ମହା ବିପତ୍ତିରୁ ଉଦ୍ଧାର କରିଥିଲେ । ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ ଏବଂ ପରମବ୍ରହ୍ମ ଓ ପରମ ତତ୍ତ୍ୱର ପରିଚୟ । ଅନନ୍ତ ବ୍ରତ କଥା ମାତା କୁନ୍ତି ନବବିବାହିତା ଦ୍ରୌପଦୀଙ୍କୁ ବୁଝାଉଛନ୍ତି । ଏହି ବ୍ରତ କରି ପୁତ୍ର ପୁତ୍ରୀଙ୍କ ମଙ୍ଗଳ ସହିତେ ପରିବାରର ଉନ୍ନତି ବିଷୟରେ ବର୍ଣ୍ଣନା କରୁଅଛନ୍ତି । କିଛି ଗ୍ରନ୍ଥ ଅନୁସାରେ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ଏହି ବ୍ରତ କଥା ବୁଝାଉଅଛନ୍ତି । ଏହି ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ । ଶାଶୁ କରିଥିଲେ ତା’ ବୋହୂ କରେ, ତା’ ପରେ ତା ବୋହୂ କରିଥାନ୍ତି । କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି । ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ସହକାରରେ ପାଳିତ ହେଉଛି । ବିଜେପୁର ମଧ୍ୟପଡାର ଅନନ୍ତ ବ୍ରତ ମହୋତ୍ସବ ଚଳିତ ବର୍ଷ ୫୮ ବର୍ଷରେ ପଦାର୍ପଣ କରିଥିବା ସୂଚନା ମିଳିଛି । ସେହିପରି ତଳିପଡା, ଉପରପଡା, ଗାନ୍ଧୀ ପଡା, ମାଲପଡା, ଭୁଏପଡା, ବୀରବଜରଙ୍ଗ ବଳି ଛକ ସମେତ ବାଞ୍ଜିଡୁଙ୍ଗୁରୀ, ପଡା, ଜାଲପାଲି ଆଦି ଅଚଂଳରେ ନିରାଡମ୍ବର ଭାବରେ ଅନନ୍ତ ବ୍ରତ ମହୋତ୍ସବ ପାଳିତ ହେଉଛି । ସେହିପରି ବରପାଲି, ଗୋବିନ୍ଦ ପୁର ଠାରେ ମଧ୍ୟ ଅନନ୍ତ ବ୍ରତ ପୂଜା ଆରମ୍ଭ ହୋଇଛି ।

pc pk
Leave A Reply

Your email address will not be published.