ହରିରାଜପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଅଚଳାବସ୍ଥା ନେଇ ଆମରଣ ଅନଶନ ପତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୀର୍ଘ ଦିନଧରି ଡାକ୍ତର, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ ମେଡିକାଲ ଷ୍ଟାପ୍‌ର ଅଭାବି, ଗୃହ ନିର୍ମାଣ ଅଧପନ୍ତରିଆ ସହ ସ୍ୱାସ୍ଥ୍ୟ କେନ୍ଦ୍ର ଅଚଳାବସ୍ଥା ଓ ଅବ୍ୟବସ୍ଥା ନେଇ ଆଜି ସାମାଜିକ କର୍ମୀ ନିରୁପମା ପାତ୍ର୍ର, ବିଭୁ ମହେନ୍ଦ୍ର ଓ ଅନ୍ୟ ସମର୍ଥକମ।ନେ ଆମରଣ ଅନଶନରେ ବସିଥିଲେ । ସୂଚନା ପାଇ ପୁରୀ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଆଇଆଇସି ରଶ୍ମିରଜଂନ ପଟ୍ଟନାୟକ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟରର ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଘଟଣାସ୍ଥଳରେ ପହଁଚି ତୁରନ୍ତ ଡାକ୍ତର ଓ ଅନ୍ୟ ଷ୍ଟାପ ନିଯୁକ୍ତି କରିବା ସହ ଅନ୍ୟାନ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି ବ୍ଲକ ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେବା ପରେ ସାମାଜିକ କର୍ମୀ ନିରୁପମା ପାତ୍ର ଅନଶନ ପ୍ରତ୍ୟାହୃତ କରିଥିଲେ ।

jittmm
Leave A Reply

Your email address will not be published.