jayashree

ଅଷ୍ଟମ ଦିନରେ ପହଞ୍ଚିଲା ଘରପଟ୍ଟା ପାଇଁ ଆମରଣ ଅନଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘର ପଟ୍ଟା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆର୍ଜିପଲ୍ଲୀ ଗ୍ରାମବାସୀଙ୍କ ଆମରଣ ଅନଶନ ମଙ୍ଗଳବାର ନବମ ଦିନରେ ପହଞ୍ଚିଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପ୍ରତିକାର ଅବା ନିର୍ଭର ପ୍ରତିଶ୍ରୁତି ମିଳିନଥିବା ହେତୁ ଆନ୍ଦୋଳନକାରୀ ଆର୍ଜିପଲ୍ଲୀବାସୀଙ୍କ ମନରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ଏଣେ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଅସନ୍ତୋଷର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଗତ ବୁଧବାର ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ଉଠାଇବା ପାଇଁ ପ୍ରଶାସନ ପ୍ରୟାସ କରିଥିଲା ବେଳେ ଦୁଇ ପକ୍ଷ ମୁହାଁମୁହିଁ ହୋଇ ବଚସା ଘଟିଥିଲା । ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଛତ୍ରପୁର ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୁଭଦର୍ଶନ ସାହୁ ଦାୟିତ୍ୱରେ ଥିବା ବେଳେ ଏହାର ଅନୁସନ୍ଧାନ କରିଆସୁଛନ୍ତି । ଆର୍ଜିପଲ୍ଲୀ ଗ୍ରାମ ପଞ୍ଚାୟତର ୪ ଖଣ୍ଡ ଗାଁର ୧୮୦୦ ପରିବାର ପଟ୍ଟା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଥିବା ବେଳେ ବର୍ତ୍ତମାନ ଆମରଣ ଅନଶନ କରି ନବମ ଦିନରେ ପହଞ୍ଚି ଖରା ଓ ଲଗାଣ ବର୍ଷାରେ ଆନ୍ଦୋଳନକାରୀମାନେ ଷଡ଼ି ଆସିଥିବା ବେଳେ ପ୍ରଶାସନ ଆଦୌ ତାଙ୍କ ନେହୁରା ୁପରେ ଦୃଷ୍ଟିପାତ କରୁନାହାଁନ୍ତି । ଆନ୍ଦୋଳନରତ ଗ୍ରାମବାସୀ ଏବଂ ନେତ୍ତୃତ୍ୱଧାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଆନ୍ଦୋଳନରୁ ଉଠିବା ପାଇଁ ପ୍ରଶାସନ କହିଛନ୍ତି, ହେଲେ ଆନ୍ଦୋଳନରୁ ସେମାନେ ହଟିନାହାଁନ୍ତି ।

Leave A Reply

Your email address will not be published.