centurian jitm

ନେତୃତ୍ୱ ବିହୀନ ବିଜେଡିକର୍ମୀଙ୍କୁ ଅଣଦେଖା

nschool
  • କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନିଶ୍ଚିହ୍ନ ହେବ ବିଜେଡି : ଅଜିତ୍ ଯୋଷୀ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ନେତୃତ୍ୱ ବିହୀନ ହୋଇ ପଡ଼ିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ୧୦ରୁ ଅଧିକ ବିଧାୟକ ପ୍ରାର୍ଥୀ ଥିଲେ । ପାର୍ଟି ମଧ୍ୟରେ ବିବାଦ ଥିବା ଆଗରୁ ଜଣା ପଡୁଥିଲା । କଣ୍ଟାବାଞ୍ଜି ବିଧାନ ସଭାରୁ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବା ପରେ ୧୦ ଜଣ ବିଧାୟକ ପ୍ରାର୍ଥୀ ମିଶି ମଧ୍ୟ ଦଳର ସୁପ୍ରିମୋଙ୍କୁ ବିଜୟୀ କରି ପାରିନଥିଲେ । ବର୍ତ୍ତମାନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାଜୟକୁ ନେଇ ମୁଁହ ଖୋଲିଛନ୍ତି ବିଜେଡି ନେତା ତଥା ପୂର୍ବତନ ରାଜ୍ୟ ଯୁବ ସମ୍ପାଦକ ଅଜିତ୍ ଯୋଷୀ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟ ପରେ କେହି ଏହି ନିର୍ବାଚନ ମଣ୍ଡଳୀରେ କାହିଁକି ପରାଜୟର ସମୀକ୍ଷା ଏପର୍ଯ୍ୟନ୍ତ କରିନାହାନ୍ତି । ଯେଉଁମାନେ ନିର୍ବାଚନ ଦାୟିତ୍ଵରେ ଥିଲେ ଏବଂ ଜାଣିଶୁଣି କୁଚକ୍ର କରି ବିଜେଡିକୁ ହରାଇଛନ୍ତି ସେମାନଙ୍କୁ ଦଳ ତରଫରୁ ବିଭିନ୍ନ ଦାୟିତ୍ଵ ଦିଆଯାଉଛି । ଯଦି କେହି ବିଜେଡି ଦଳର ଭଲ ଚିନ୍ତା କରି କିଛି ବ୍ୟକ୍ତି ବିଶେଷଙ୍କ ମୁଖା ଖୋଲିବା ପାଇଁ ଚେଷ୍ଟା କରୁଛି ତା ହେଲେ ତାକୁ ଦଳ ବିରୋଧୀ କରି ଆରୋପ ଲଗାଇ ଦିଆଯାଉଛି । ୨୫ ବର୍ଷରୁ ଯେଉଁମାନେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ଯଦି ଏଭଳି ପରିସ୍ଥିତି ରହିବ ତା ହେଲେ ଆଗାମୀ ଦିନରେ ବିଜେଡି ଦଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନିଶ୍ଚିହ୍ନ ହୋଇ ଯିବ ବୋଲି ଅଜିତ୍ ଯୋଷୀ କହିଛନ୍ତି । ଅତିଶୀଘ୍ର ଏହି ବିଷୟ ପ୍ରତି ଦଳର ସୁପ୍ରିମୋ ଏବଂ ସଂଗଠନ ଦାୟିତ୍ଵରେ ଥିବା ନେତାମାନେ ଏକ ସମୀକ୍ଷା ବୈଠକ କରି ସେହି ଦଳ ବିରୋଧୀ ନେତାମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

Leave A Reply

Your email address will not be published.