ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ରାଉରକେଲାର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ଆଦି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । କୋଏଲନଗର ଠାରେ ଅଭୟ କୁମାର ଦାସ, କବି ଡାକ୍ତର କୃପାସିନ୍ଧୁ ନାୟକ ଓ ସୁମନ ଦତ୍ତ ଅତିଥି ଭାବେ ଯୋଗଦେଇ ଦେଶାତ୍ମକବୋଧ କବିତା ପାଠର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବୟିତ୍ରୀ ସସ୍ମିତା ପ୍ରଧାନ ସ୍ୱାଗତ କରିଥିବା ବେଳେ ସ୍ୱାଗତ ସଂଗୀତ ଡାକ୍ତର ସୁଶାନ୍ତ ପାଣି ଗାନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣିଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ୨୩ଜଣ କବି କବିତା ପାଠ କରିଥିଲେ । କବି ବ୍ରଜେନ୍ଦ୍ର ଦାଶ କାର୍ଯ୍ୟକ୍ରମର ସାଂଗଠନିକ ଦାୟିତ୍ୱ ତୁଲାଇଥିଲେ । ସେହିପରି ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟଘର ଠାରେ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାଂଗଠନିକ ଦାୟିତ୍ୱ ତୁଲାଇ ଥିବା ବେଳେ କବି ସ୍ୱରୂପ ମହାପାତ୍ର, କବି ନିତ୍ୟାନନ୍ଦ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ମିତା ମିଶ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ୨୧ଜଣ କବି କବିତା ପାଠ କରିଥିଲେ । କୁଂଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ରାଜୀବ ପାଣିଙ୍କ ପୁସ୍ତକ ‘ମାୟା କଳ୍ପ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପ୍ରଗତି ଉତ୍କଳ ସଂଘଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଧାମୋହନ ନାୟକ ସାଂଗଠନିକ ଦାୟିତ୍ୱ ତୁଲାଇ ଥିବା ବେଳେ ଭାରତ ଭୂଷଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ରଶ୍ମିବାଳା ରାଉତରାୟ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଜୋସ୍ନା ନାୟକ କବିତା ଗୁଡିକର ସଂଯୋଜନା କରିଥିଲେ । ଏଠାରେ ପ୍ରାୟ ୨୨ଜଣ କବି କବିତା ପାଠ କରିଥିବା ବେଳେ ରଶ୍ମିରଂଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂଗଠନିକ ଦାୟିତ୍ୱ ତୁଲାଇ ଥିଲେ ଅଶୋକ କୁମାର ପଟ୍ଟନାୟକ । ସ୍ୱାଗତ ସଂଗୀତ ପୁଲିନ ରାଉତରାୟ ଗାନ କରିଥିବା ବେଳେ ଭୂପେନ ମହାପାତ୍ର ଓ ମହେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଥିଲେ । ନିବେଦିତା ନନ୍ଦଙ୍କ ସଂଯୋଜନାରେ ୧୮ଜଣ କବି କବିତା ପାଠ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଶୋକ କୁମାର ପଟ୍ଟନାୟକ ।

Leave A Reply

Your email address will not be published.