om academy

ପାରାଦୀପରେ ଆମୋନିଆ ଗ୍ୟାସ ଲିକ : ୧୫ ଜଣ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

jsm

ପାରାଦୀପ, ( ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆମୋନିଆ ଗ୍ୟାସ ଲିକ ହୋଇ ୧୫ଜଣ ଅସୁସ୍ଥ ହୋଇଥିବା ସୂଚନା ମଳିଛି । ଅସୁସ୍ଥଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏମାନଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କ ମଧ୍ୟରେ ଏକ ୮ ବର୍ଷର ଶିଶୁ ଅଛି । ଏହି ଗ୍ୟାସ ଲିକ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ହୋଇଥିବା ବେଳେ ଲିକ ପଛର ପ୍ରକୃତ କାରଣ ଜଣାପଡିନାହିଁ । ଗ୍ୟାସ ଲିକ ଘଟଣା ବାବଦରେ ସ୍ପଷ୍ଟ କଲେ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ । ଏହି ଘଟଣା ଲକ୍ଷ୍ମୀ ନାରାୟଣ ଏକ୍ସପୋର୍ଟରେ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.