jayashree

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ ବର୍ତ୍ତମାନ ଗାନ୍ଧୀ ଛକ, ଭଟଲି ଛକରେ ଦୁଇଟି ଶୌଚାଳୟ ତିଆରି କରିବାକୁ ଆମ୍ ଆଦମୀ ପାର୍ଟି ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଡନସେନାଙ୍କୁ ଦେଇଛି । ଜିଲ୍ଳା ଆବାହକ ଭବାନୀ ସାହୁ, ଅସିତ ସାହୁ, ମହିଳା ନେତ୍ରୀ ମରିୟମ ବାର୍ଳା, ଅମିତାଭ ପାତ୍ର ପ୍ରମୁଖ ଏହି ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.