ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ଅମ୍ଳାନ କାର୍ଯ୍ୟକ୍ରମ

ଦମକିପାଲି, (କେପିଏନ୍‌ଏସ୍‌) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ଅମ୍ଳାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅଧ୍ୟକ୍ଷତା କରି ସୁସ୍ଥ ମଣିଷ ପାଇଁ ରକ୍ତର ଆବଶ୍ୟକତା ଓ ରକ୍ତହୀନତା ସମ୍ବନ୍ଧରେ ସଚେତନ କରିଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ଅନୀତା ନାଏକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରି ହିମୋଗ୍ଲୋବିନ ପରୀକ୍ଷଣ କରିଥିଲେ । ଯେଉଁମାନେ ରକ୍ତହୀନତା ଦ୍ୱାରା ପୀଡିତ ସେମାନଙ୍କୁ ଶାଗ ତଟକା ପନିପରିବା ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଆଇରନ ବଟିକା ଖାଇବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଦୀପ କୁମାର ସାହୁ, ଅନୀମା ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.