
ଭୁବନେଶ୍ୱର, (କେପିଏନ୍ଏସ୍) : କୋଣାର୍କ କ୍ୟାନସର ଫାଉଣ୍ଡେସନ୍ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆମ୍ବୁଲାନ୍ସ ପ୍ରଦାନ କଲା ଏସ୍ବିଆଇ । ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଉଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଚିକିତ୍ସା ଏବଂ ରହଣୀ ବ୍ୟବସ୍ଥାରେ ନିରନ୍ତର ସାହାଯ୍ୟ କରିଆସୁଛି କୋଣାର୍କ କ୍ୟାନସର ଫାଉଣ୍ଡେସନ୍ । ଏଥିରେ ପ୍ରଭାବିତ ହୋଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ) ଆଞ୍ଚଳିକ କାର୍ୟ୍ୟାଳୟ ତରଫରୁ ଗରିବ ଅଭାବୀ ରୋଗୀମାନଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଏକ ସୁବ୍ୟବସ୍ଥିତ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଗତକାଲି ଏସ୍.ବି.ଆଇର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ କୋଣାର୍କ କ୍ୟାନସର ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟନାୟକ, ଏସ୍.ବି.ଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା, ଉପ-ମୁଖ୍ୟ ମହାପ୍ରବନ୍ଧକ ସଂଜୟ କୁମାର ଝା, କୋଣାର୍କ କ୍ୟାନସର୍ ଫାଉଣ୍ଡେସନ ସଦସ୍ୟ ରୁଦ୍ର ନାରାୟଣ ସାମନ୍ତରାୟ, ଡ.ସତ୍ୟଜିତ ଦାଶ ଏବଂ କୋଣାର୍କ କ୍ୟାନସର ଫାଉଣ୍ଡେସନର ଆଞ୍ଚଳିକ ମୁଖ୍ୟ ସୁଶ୍ରୀ ଦେବଶ୍ରୀ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଆମ୍ପୁଲାନ୍ସକୁ ଲୋକାର୍ପଣ କରାଯାଇ କୋଣର୍କ କ୍ୟାନସର ଫାଉଣ୍ଡେସନକୁ ପ୍ରଦାନ କରାଯାଇଥିଲା । ଏସ୍.ବି.ଆଇ ପ୍ରଦାନ କରିଥିବା ଏହି ଆମ୍ବୁଲାନ୍ସଟି କର୍କଟ ରୋଗୀଙ୍କ ଯାତାୟାତରେ ଅନେକ ସହାୟ ହେବ ବୋଲି ଶ୍ରୀ ପଟନାୟକ ସୂଚନା ଦେବା ସହ ଏସ୍.ବି.ଆଇକୁ ଧନ୍ୟବାଦ ଜଣାଇଥିଲେ ।