oom

ବଲାଙ୍ଗିର ଦିନ ଉଧେ ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ସମଲେଇ ମନ୍ଦିର ଆଳତି କମିଟି ତରଫରୁ ବଲାଙ୍ଗିର ଟାଉନ୍ ହଲଠାରେ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ ସହରର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ବଲାଙ୍ଗିର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ସମେତ କମିଟି ସମସ୍ୟ ସଦସ୍ୟା ଲୋଟସ ଷଡ଼ଙ୍ଗୀ, ବିଭୁ ତ୍ରିପାଠୀ, ଦିନେଶ ଶର୍ମା, ଗୋପାଳ ପ୍ରଧାନ, ସଙ୍ଗୀତା ଦାସ, ସୋମନାଥ ମିଶ୍ର, ବିନୋଦ କାଲସାଏ, ପୂଜା ସାହୁ, ମାନସୀ ସାହୁ, ମୋନାଲିସା ସାଗର, ଅଷ୍ଟମୀ ନାଗଙ୍କ ଉପସ୍ଥିତିରେ ମା’ ସମଲେଶ୍ଵରୀଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଭାବରେ ଲିକା ସାହୁ ଯୋଗଦେଇ ଥିଲେ । ଏହି ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତାରେ ବିଚାରକ ଭାବରେ ବ୍ରହ୍ମାନନ୍ଦ ବନଛୋର, ଦିପିକା ଶର୍ମା, ସୁରେଶ ଭୋଇ ଓ ଶ୍ରୀପଦା ଷଡ଼ଙ୍ଗୀ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରତିଯୋଗିତାକୁ ସମଲେଇ ମନ୍ଦିର ଆଳତି କମିଟିର ବିକାଶ ସା, ଆନନ୍ଦ, ଅଂଶୁମାନ, ଶିବୁ, ପ୍ରିନ୍ସ, ହରିଓମ, ବୈଦ୍ୟ, ବିଶାଳ, ପ୍ରଜଳ, ଉତମ, ରାଜା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.