oom

ସଇଁନ୍ତଲା ପୋଲିସ ପକ୍ଷରୁ ଅମାନିଆ ଠାରୁ ଫାଇନ ଆଦାୟ

jsmm

ସଇଁନ୍ତଲା, (ଅଜିିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମହାମାରୀକୁ ନେଇ ଲକଡାଉନ୍‌ ଓ ସଟଡାଉନ୍‌ ଗତ ୫ ତାରିଖ ଦିନ ଠାରୁ ଆରମ୍ଭ କରିଥିଲେ । କରୋନା ମହାମାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । କିନ୍ତୁ ଲୋକଙ୍କ ସଚେତନତା ଅଭାବରୁ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପୋଲିସ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯାଉଛି । ଆଜି ସ୍ଥାନୀୟ ଥାନା ସମ୍ମୁଖରେ ପୁଲିସ ଏଏସଆଇ ମନୋଜ କୁମାର ନାଏକଙ୍କ ଉପସ୍ଥିତରେ ପୁଲିସ କର୍ମଚାରୀଙ୍କ ସହଯୋଗରେ ଅମାନିଆଙ୍କ ଠାରୁ ୧୭,୫୦୦ ଟଙ୍କା ଫାଇନ ଆଦାୟ କରିବା ସହ ବିନା କାରଣରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ଲୋକଙ୍କୁ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି ।

jittmm
Leave A Reply

Your email address will not be published.