ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମର ଗାଥା ମଂଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ନାଟ୍ୟ ସଂଘ ଏବଂ ରାଉରକେଲା ଇସ୍ପାତ କାରଖନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ପ୍ରସ୍ତୁତ ନାଟକ ‘ଅମର ଗାଥା’ ସିଭିକ୍ ସେଣ୍ଟର୍ ଠାରେ ମଞ୍ଚସ୍ଥ ହୋଇଯାଇଛି । ୧୫ ଦିନ ବ୍ୟାପି ୨୨ କଳାକାରଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କର୍ମଶାଳାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ରାଉରକେଲା ଇସ୍ପାତ କାରଖାନାର ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଟି ଜି କାନେକର ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡିଶା ନାଟ୍ୟ ସଂଘର ସଭାପତି ମନୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ସଭାରେ ସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, କୋଷାଧ୍ୟକ୍ଷ ସୁଶିଲ କୁମାର ପଟ୍ଟନାୟକ ଏବଂ କର୍ମଶାଳାର ନିର୍ଦ୍ଦେଶକ ଦେବାନନ୍ଦ ନାୟକ (ସୋନୀ) ପ୍ରମୁଖ କାର୍ଯ୍ୟକ୍ରମ ସମର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଓଡିଶା ନାଟ୍ୟ ସଂଘର ଉପଦେଷ୍ଟା ମିହିର କୁମାର ମେହେର, ପ୍ରସନ୍ନ ମିଶ୍ର, ସଦସ୍ୟ ଉପେନ୍ଦ୍ର ପତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଅଗଷ୍ଟ ୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାର ନିର୍ଦ୍ଦେଶକ ଭାବରେ ବିଶିଷ୍ଟ ନାଟ୍ୟବିତ ଦେବାନନ୍ଦ ନାୟକ ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରି କେଦାର ଗୌରୀ କିମ୍ବଦନ୍ତୀକୁ ନେଇ ନାଟକ ଅମର ଗାଥା ପ୍ରସ୍ତୁତ କରିଥିଲେ । ଯାହାର ଆଲୋକ ପରିକଳ୍ପନା କରିଥିଲେ ରାକେଶ ଶତପଥୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସତ୍ୟପ୍ରକାଶ ମାଝୀ, ମଞ୍ଚ ସଜ୍ଜା ଦାୟିତ୍ୱରେ ଥିଲେ ଉମାକାନ୍ତ ବିଶୋଇ ଓ ପ୍ରଳୟ ଶତପଥୀ ଏବଂ ବେଶ ଓ ରୂପସଜ୍ଜାରେ ଥିଲେ ପ୍ରତ୍ୟୁଷ । ଏହି କର୍ମଶାଳାର ସଂଯୋଜନା କରିଥିଲେ ଆଲୋକ ଚନ୍ଦ୍ର ବୋଷ ଓ ସହ ସଂଯୋଜକ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ କନକଲତା ଦାସ । କର୍ମଶାଳା ପରିଚାଳନା କରିଥିଲେ ନାଟ୍ୟ ସଂଘର ଉପଦେଷ୍ଟା ସର୍ବଶ୍ରୀ ଡ଼ଃ ସମର ମୁଦାଲି, ଭାସ୍କର ଚନ୍ଦ୍ର ମହାପାତ୍ର, କୈଳାଶ ପାଣିଗ୍ରାହୀ, ଶରତ ଦାସ, ରାଜୀବ ପାଣି, ବିଜୟ ପାତ୍ର ଓ ନଳିନୀ ନିହାର ନାୟକ । ନାଟକରେ ଅଭିନୟ କରିଥିଲେ ଭୀଷ୍ମ, ଭାସ୍କର, ଶୁଭମ୍, ଗଗନ, ସ୍ମାରକ, ପ୍ରଦୀପ୍ତ, ସୌରଭ, ପ୍ରତାପ, ବବିତା, ସୁପ୍ରିୟା, ଅଞ୍ଜଳି, ଐଶ୍ୱର୍ଯ୍ୟା, କିଉରିନ, ନିତା, ଦେବଳିନା , ପ୍ରମିଳା, ଶ୍ରିୟା, ସନ୍ଧ୍ୟା, ଆଦିତ୍ୟା, ସୁଭସ୍ମିତା, ଅରୁନ୍ଧତୀ ଓ ସନ୍ତୋଷିନୀ । ନାଟକ ପରିବେଷଣ ପରେ ପ୍ରଶିକ୍ଷିତ ସମସ୍ତ କଳାକାରମାନଙ୍କୁ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ପାଦକ ଶୁଭକାନ୍ତ ପାଢ଼ୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସମସ୍ତ କଳାକାର ତଥା ଉପସ୍ଥିତ ଅତିଥି, ସାମ୍ବାଦିକ ବନ୍ଧୁଗଣ ଓ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.