ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ମଧ୍ୟରେ ଗତ କିଛି ମାସ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ସୁଧାରିବା ପାଇଁ ବରଗଡ଼ ପୋଲିସ ପକ୍ଷରୁ ଜନ ସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି । ଏହି କ୍ରମରେ ଗତକାଲି ଟାଉନ ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ବରଗଡ଼ର ସଚେତନ ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଟାଉନ ଥାନା ଆଇଆଇସି ସଦାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହର ମଧ୍ୟରେ ମୁଖ୍ୟତଃ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତେ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏଥିରେ ପୁରୁଣା ଡାକ୍ତରଖାନା ରାସ୍ତା ୱାନ ୱେ କରିବା, ରାସ୍ତା କଡ ପାର୍କିଂ ବ୍ୟବସ୍ଥାକୁ ସୁଧାରିବା, ବୁଲା ଗାଇ ଗୋରୁଙ୍କ ସମସ୍ୟାକୁ ଦୂର କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ରବିନାରାୟଣ ପଣ୍ଡା, ସମ୍ବିତ ଆଚାର୍ଯ୍ୟ, ହର ଦୀପ ସିଂ, ସମୀର ସିଂ, ସରୋଜ ମହାପାତ୍ର, ପୁରନ୍ ଶର୍ମା, ଅଶୋକ ବେହେରା, ସଚିଦାନନ୍ଦ ପଣ୍ଡା, ନାରାୟଣ ଶର୍ମା, ପାଣ୍ଡବ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Leave A Reply

Your email address will not be published.