jayashree

ଆଳୁ ଚାଷ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା

  • ଦେଓଗାଁ ବ୍ଲକ ୨୬ ପଞ୍ଚାୟତରେ ମାତ୍ର ଜଣେ ଉଦ୍ୟାନ ସଂପ୍ରସାରଣ କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୫୦ହେକ୍ଟର ଅର୍ଥାତ ୧୨୫ଏକର ଚାଷ ଜମୀରେ ଆଳୁ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଚାଷୀଙ୍କୁ ପରାମର୍ଶ ସହ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଉଦ୍ୟାନ ସଂପ୍ରସାରଣ କର୍ମୀ ରହିବା ପରିବର୍ତ୍ତେ ସମଗ୍ର ବ୍ଲକରେ ଜଣେ ଥିବାରୁ କର୍ମଚାରୀ ଅଭାବରୁ ପ୍ରକୃତ ଲକ୍ଷ୍ୟ ପୂରଣ ନେଇ ସନ୍ଦେହ ଦେଖାଯାଇଛି । ସଫଳତା ପାଇଁ ଲକ୍ଷ୍ୟ ରଖାଯାଇଛି ଯେ, ଚଳିତ ବର୍ଷ ୫ଶହ ଜଣ ଚାଷୀଙ୍କୁ ଆଳୁ ଚାଷ କରିବା ପାଇଁ ମଞ୍ଜି ଯୋଗାଇ ଦିଆଯାଇଛି । ଚାଷୀ ପ୍ରତି ୨୫ ଡିସମିଲ ଜମିରେ ଚାଷ କରିବା ପାଇଁ ୧ କ୍ୱିଣ୍ଟାଲ ୩୦କେ.ଜି. ଆଳୁ ମଞ୍ଜି କେଜି ପ୍ରତି ୨୦ଟଙ୍କା ଦରରେ ଦିଆଯାଉଛି । ମାତ୍ର ୨୫ ଡିସମିଲରେ ରୋପଣ କରାଯାଇଥିବା ୧ କ୍ୱିଣ୍ଟାଲ ୩୦ କେ.ଜି.ରେ ଅତି କମରେ ୧୫ କ୍ୱିଣ୍ଟାଲ ଆଳୁ ଉତ୍ପାଦନ ନିଶ୍ଚିତ ହେବ ବୋଲି ମତ ରଖିଛନ୍ତି ବ୍ଲକ ଉଦ୍ୟାନ କୃଷି ଅଧିକାରୀ । ଯଦି ୨୫ ଡିସମିଲରେ ୧୫ କ୍ୱିଣ୍ଟାଲ ଉତ୍ପାଦନ ହୁଏ ତାହା ହେଲେ ୫ଶହ ଜଣ ଚାଷୀ ୧୨୫ ଏକରରେ ୭ ହଜାର ୫ ଶହ କ୍ୱିଣ୍ଟାଲ ଅର୍ଥାତ ୧୫ ହଜାର ବ୍ୟାଗ ଆଳୁ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ଉଦ୍ୟାନ ବିଭାଗ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ଚାଷୀ ଆଳୁ ଚାଷ କରିଥିବା ନେଇ ସନ୍ଦେହ କରାଯାଉଛି । ଏ ସଂକ୍ରାନ୍ତରେ କୃଷି ଅଧିକାରୀଙ୍କୁ ପଚାରିବାରୁ ସ୍ଥାନୀୟ ଲୋକ ପ୍ରତିନିଧୀଙ୍କ ଚୟନକୁ ଅଗ୍ରାଧିକାର ଦେଇ ଆଳୁ ମଞ୍ଜି ଦେଇଥିବା କହୁଛନ୍ତି । ଯଦି ଲୋକପ୍ରତିନିଧୀଙ୍କ ଚୟନ ଭୁଲ ଆମେ କଣ କରିବୁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ପ୍ରତି ପଞ୍ଚାୟତରେ ଜଣେ ଲୋଖାଏଁ ଉଦ୍ୟାନ ସଂପ୍ରସାରଣ କର୍ମୀ ରହିବା ପାଇଁ ପଦବୀ ଥିବା ବେଳେ ୨୬ଟି ପଞ୍ଚାୟତରେ ମାତ୍ର ଜଣେ କର୍ମୀ ଥିବାରୁ ଲକ୍ଷ୍ୟ ପୂରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବ୍ଲକ ଉଦ୍ୟାନ କୃଷି କର୍ମୀ ବିବେକାନନ୍ଦ ମେହେରଙ୍କୁ ପଚାରିବାରୁ ଚଳିତ ବର୍ଷ ଏତେ ସଂଖ୍ୟାରେ ଉତ୍ପାଦିତ ଆଳୁକୁ ସରକାରୀ ମୂଲ୍ୟରେ ପ୍ରଡ୍ୟୁସର କମ୍ପାନୀ କିଣିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି । ସଫଳତା ନେଇ ଆଶା ରଖିଛନ୍ତି ବ୍ଳକ କୃଷି ଉଦ୍ୟାନ ଅଧିକାରୀ । ଅନ୍ୟପକ୍ଷରେ ଉଦ୍ୟାନ ବିଭାଗରୁ ରିହାତୀ ମୂଲ୍ୟରେ ଆସୁଥିବା ଆଳୁ ଖୋଳା ବଜାରରେ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ସଫଳତା ନେଇ ପ୍ରଶ୍ନବାଚୀ ସଷ୍ଟି କରୁଛି ।

Leave A Reply

Your email address will not be published.