ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଅଲୋକିକରଣ କରିବାକୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, (ଟୁକୁର୍ଲ୍ଲା) ରାସ୍ତାକୁ ଅଲୋକିକରଣ କରିବାକୁ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ବରଗଡ ସମାଜସେବୀ ବିକାଶ ଅଗ୍ରୱାଲ । କାରଣ ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲମ୍ବି ଯାଇଥିବା ରାସ୍ତାର ଦୂରତା ୮ କିଲୋମିଟରରୁ ଅଧିକ ଅଟେ । ଉକ୍ତ ରାସ୍ତାଟି ପିଡବ୍ଲୁଡି ରାସ୍ତା ହୋଇଥିବା ବେଳେ ପଞ୍ଚାୟତ ଏରିଆ ଦେଇ ଲମ୍ବି ଯାଇଛି । ଏଣୁ ଏହାର ଅଲୋକିକରଣ ଉପରେ କେହି ଗୁରୁତ୍ୱ ଦେଉ ନାହାନ୍ତି । ଯାହା ଫଳରେ ଅନ୍ଧାର ରାସ୍ତାର ଫାଇଦା ଉଠାଇ ମଟର ସାଇକେଲ ଓ ସାଇକେଲ ସାହାଯ୍ୟରେ ଯାଉଥିବା ଲୋକଙ୍କୁ କେତେକ ଦୁଷ୍ଟ ଚରିତ୍ରର ଯୁବକ ପ୍ରତ୍ୟକ ଦିନ ଲୁଟ୍‌-ପାଟ୍‌ କରିବା ସହିତ ବିଭିନ୍ନ ସମୟରେ ଟଙ୍କା ମୋବାଇଲ ଛଡାଇ ନେଇ ମରଣାତ୍ମକ ଆକ୍ରମଣ ମଧ୍ୟ କରୁଛନ୍ତି । ଯାହା ଫଳରେ ଏ ରାସ୍ତା ଦେଇ ରାତ୍ରି ସମୟରେ ଲୋକେ ଚିକିତ୍ସାଳୟକୁ ହେଉ ବା ବିଭିନ୍ନ ଗ୍ରାମଞ୍ଚଳକୁ ହେଉ ଯିବା ଆସିବା କରିବା ପାଇଁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲମ୍ବି ଯାଇଥିବା ରାସ୍ତାର ଅଲୋକିକରଣ କଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସମାଜସେବୀ ବିକାଶ ଅଗ୍ରୱାଲ ଦାବୀ କରିଛନ୍ତି ।

Leave A Reply

Your email address will not be published.