- ଲୋକଙ୍କ ସ୍ୱର, କ୍ଷମତାସୀନ ବ୍ୟକ୍ତିଙ୍କୁ ପ୍ରଶ୍ନ ଓ ମାନବୀୟ ସମ୍ବେଦନଶୀଳ ଉପରେ ଗୁରୁତ୍ୱାରୋପ
ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ବାଦିକମାନେ ଜନସାଧାରଣଙ୍କ ସ୍ୱର, କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ, ମାନବୀୟ ସମ୍ବେଦନଶୀଳ, ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ସାମ୍ବାଦିକଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଆଲୋଚକମାନେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ମତ ରଖିଥିଲେ । ଆଜି ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲାର ୨୧ତମ ବାର୍ଷିକ ଉତ୍ସବ ଓ ଆଲୋଚନାଚକ୍ର ଇସ୍ପାତ ସହରର ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱ ଏବଂ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଅତିଥି ତଥା ଆଲୋଚକ ଭାବେ ରାଉରକେଲା ସମ୍ବାଦ ସଂସ୍କରଣର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା, ପ୍ରମେୟ ସଂସ୍କରଣର ରାଉରକେଲା ମୁଖ୍ୟ ମନୋରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ଅରବିନ୍ଦ ଦାସ, ସମାଜ ସଂସ୍କରଣର ରାଉରକେଲା ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର, ଉତ୍କଳ ମେଲର ସମ୍ପାଦକ ଡକ୍ଟର ପୀତବାସ ମିଶ୍ର, ଦୀନଦୟାଲ ମେଲର ସମ୍ପାଦକ ଶିବ ଶରଣ ମିଶ୍ର, ଆରୋପର ସମ୍ପାଦକ ମନୋରଞ୍ଜନ ମିଶ୍ର, ସଜାଗର ସମ୍ପାଦକ ସନ୍ତୋଷ କୁମାର ସ୍ୱାଇଁ ଏବଂ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସମ୍ପାଦକ ଅରୁଣ ଦାଶ ପ୍ରମୁଖ ମଞ୍ଚାସୀନ ରହି ଆଲୋଚ୍ୟ ପ୍ରସଙ୍ଗ “ସାମ୍ବାଦିକଙ୍କ ସମାଜ ପ୍ରତି ଦାୟିତ୍ୱ ବୋଧ ଓ ଆହ୍ୱାନ” ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାମ୍ବାଦିକମାନେ ନିରୀହ ଜନତାଙ୍କ ସ୍ୱର, ଗଣତନ୍ତ୍ରର ବ୍ୟବସ୍ଥା, ମିଡିଆ ହାଉସଗୁଡିକ କିପରି କର୍ପୋରେଟ୍ ହାଉସ୍ ଦ୍ଵାରା କବଳିତ, ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମିଡିଆ, ନ୍ୟାୟିକ ଉତ୍ପିଡନ, ସତ୍ୟ ପ୍ରକାଶ କରିବାର ସାହସ ଓ ସମସ୍ୟା, ସତ୍ୟାଗ୍ରହୀ, ଆଚରଣ ଓ ଉଚ୍ଚାରଣର ସମନ୍ଵୟତା, ଦଳିତ ଓ ନିଷ୍ପେସିତ ଲୋକଙ୍କ ସ୍ୱର ହେଉ ସାମ୍ବାଦିକତା, ବୌଦ୍ଧିକ ସମ୍ପନ୍ନ ବ୍ୟକ୍ତିତ୍ୱ କିପରି ଟ୍ରୋଲ ହୁଏ, ସଂସ୍କାର ଓ ଶିକ୍ଷାବିତଙ୍କ ସହ ଲୋକପ୍ରତିନିଧିଙ୍କ ଦାୟିତ୍ୱ ହୀନତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଇସ୍ପାତ ନଗରୀରୁ ପ୍ରକାଶ ପାଉଥିବା ଉତ୍କଳ ମେଲ, ଭାରତ ଦର୍ଶନ, ସଜାଗ, ଦୀନଦୟାଲ ମେଲ, ଆରୋପ, ଉତ୍କଳ ସମାଚାରକୁ ସମ୍ମାନୀତ କରାଯାଇଥିଲା । ସେହିପରି ସାମ୍ବାଦିକତା କ୍ଷେତ୍ରରେ ପ୍ରତାପ କିଶୋର ରାଉତ, ଅଶୋକ କୁମାର ପାତ୍ର, ବିପ୍ଳବ ଦାଶ, ସଂଗ୍ରାମ କେଶରୀ ଭୂୟାଁ, ରଞ୍ଜିତ କୁମାର ବୋଷ, ଗନ୍ଦୁର ଓରାମ, ସସ୍ମିତା ପ୍ରଧାନ, ଶୈଳେନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ସିଂହ, ସୌମ୍ୟ ରଞ୍ଜନ ରାଉତ, ହିମାଂଶୁ ଗୌଡ, ସୁବ୍ରତ ଜେନା ଏବଂ ଭିଡିଓ ସାମ୍ବାଦିକ ଭାବରେ ବାପି ପାଲ, ଶିବ ବାରିକ, ରାଜୁ ପାତ୍ର, ସୁଦୀପ ଦେଙ୍କ ସମେତ ସାହିତ୍ୟ କ୍ଷେତ୍ର ପାଇଁ ଅଶୋକ କୁମାର ପଟ୍ଟନାୟକ, ଇସ୍ପାତ ସାହିତ୍ୟ ସଂସଦ ଏବଂ ସମାଜସେବା କ୍ଷେତ୍ରରେ କ୍ଲିନ ଏଣ୍ଡ ଗ୍ରୀନ୍, ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ, ହିନ୍ଦୁସ୍ଥାନ ଫେଡେରେସନ ଅଫ୍ ଇଣ୍ଡିଆ ପ୍ରମୁଖଙ୍କୁ ଉତ୍ତରୀୟ, ମୋମେଣ୍ଟୋ ଏବଂ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆସୋସିଏସନର ମୁଖପତ୍ର “ସ୍ୱାକ୍ଷର”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶୈଳେନ୍ଦ୍ର ସାହୁ, ଗନ୍ଦୁର ଓରାମ, ସୁମନ୍ତ ଜେନା, ବିମଲ ପଟ୍ଟନାୟକ, ସସ୍ମିତା ପ୍ରଧାନ, ଧନଲକ୍ଷ୍ମୀ ବେହେରା, ସୁରେଶ ନନ୍ଦ, ପଞ୍ଚାନନ ପାତ୍ର, ପ୍ରତାପ ପଣ୍ଡା, ରଂଜିତ ବୋଷ, ବସନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଜଟାଧାରୀ ମାଝୀ, ଉମେଶ ସିଂହ, ବିବେକ ଦାସ, ପୱନ ତିୱାରୀ, ଅଶୋକ ଦାସ, ଅକ୍ଷୟ ଧଳ, ସୁବାସ ଗୁପ୍ତା, ଗଣେଶ ସାହୁ ପ୍ରମୁଖ ସହ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ସଂଗଠକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।