jayashree

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଭାଷା ହିଁ ମଣିଷର ପରିଚୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟର ଭାଷା ସାହିତ୍ୟରେ ସୃଜନଶୀଳତା କାର୍ଯ୍ୟକ୍ରମରେ ଭାଷା ହିଁ ମଣିଷର ପରିଚୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା ମଞ୍ଚାସୀନ ଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କବି ତଥା ଅଧ୍ୟାପକ ସନ୍ଦୀପ କୁମାର କୁଅଁର । ଶିକ୍ଷାବିତ୍‌ ମନୋରଂଜନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଂଗୀତ ଗାନ ପରେ ଅତିଥିବୃନ୍ଦ ଭାଷା ସାହିତ୍ୟ ଓ ସୃଜନଶୀଳତା ଆଜିର ଜୀବନ ପାଇଁ କିପରି ଆବଶ୍ୟକ, ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ସଂଜୟ ସାହୁ ଭାଷା ହିଁ ମଣିଷର ଭବିଷ୍ୟତ କିପରି ଗଠନ କରେ ସେ ସଂପର୍କରେ ବକ୍ତବ୍ୟ ଦେଇଥିଲେ । ବିଭିନ୍ନ ଉଦାହରଣ ମାଧ୍ୟମରେ ଭାଷାକୁ ବ୍ୟବହାର କଲେ ତାହା ବଢେ ଓ ଅବ୍ୟବହୃତ ଭାଷା ତାର ଅସ୍ତିତ୍ୱ ହରାଇବସେ । ଯେ କୌଣସି ଭାଷା ହେଉ, ସାମାଜିକତା ହିଁ ତାକୁ ବଂଚାଇ ରଖିବ । ଯିଏ ଯେତେ ଭାଷା ଶିଖୁଛି ଭଲ । ହେଲେ ମାତୃଭାଷା ହିଁ ଭାବ ପ୍ରକାଶର ପ୍ରକୃତ ମାଧ୍ୟମ । ଋଢିବାଦୀ ମାନସିକତା ଓ ବୈଶ୍ୱିକରଣ ଭାବ ଭାଷିକ ସଂକଟର ମୂଳ କାରଣ । ଓଡିଆ ହେଉ କି ଯେ କୌଣସି ପ୍ରାନ୍ତିୟ ଭାଷା । ତାର ବ୍ୟବହାର ଉପରେ ନିର୍ଭର କରେ ତାର ଅସ୍ତିତ୍ୱ ରହିବ କି ନାହିଁ ବୋଲି ମତ ଦେଇଥିଲେ କବି ଅଧ୍ୟାପକ ସନ୍ଦୀପ କୁମାର କୁଅଁର । ଜେଏସ୍‌ଏମ୍‌ର ଓଡିଆ ଅଧ୍ୟାପିକା ଶ୍ରୀମତୀ ଅନସୂୟା ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ହୀମାନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.