ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୋ ସର୍ବୋପରି ସନ୍ଧର୍ଭ ଉପରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସଇଁନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ କାହ୍ନୁଚରଣ ଦର୍ଜୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟରର ସଭାଗୃହରେ ସନ୍ଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଦର୍ଜୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଇତିହାସର ପୃଷ୍ଠଭୁମିରେ ରାଷ୍ଟ ନିର୍ମାଣ ଏବଂ ରାଷ୍ଟ୍ର ନିର୍ମାଣରେ ଆମ କର୍ତ୍ତବ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତା ରାମଚନ୍ଦ୍ର ପଟେଲ, ସମ୍ମାନୀତ ଅତିଥି ରାଷ୍ଟୀୟ ସ୍ୱଂୟ ସହାୟକ ସଂଘ ଜିଲ୍ଲା ସହକାରୀ ଆବାହକ ଯୋଗେନ୍ଦ୍ର ଦାସ ଯୋଗଦାନ କରି ଭାରତ ବର୍ଷର ଅଖଣ୍ଡତା ଓ ସର୍ବଭୌମତ୍ୱକୁ ବଜାୟ ରଖି ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟ କରିବା ଉପରେ ଆଲାଚନା କରିଥିଲେ । ଏଥିରେ ପଲ୍ଲୀଶ୍ରୀ ହାଇସ୍କୁର ଶିକ୍ଷକ ଅଶୋକ ମିଶ୍ର, ଆନନ୍ଦଚନ୍ଦ୍ର ପସାୟତ ଗୌରନିତାଇ ଚନ୍ଦ୍ରମାଲି, ରମେଶ ତ୍ରିପାଠୀ, ଉଦ୍ଧବଚରଣ ବେହେରା, ସୁଶାନ୍ତ ହୋତା ଓ ବିଜୟ ସରଫ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ରାଷ୍ଟ୍ରୋ ସର୍ବୋପରି ସନ୍ଧର୍ଭ ଉପରେ ବିଶେଷ ଆଲୋଚନା ହୋଇଥିଲା । ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଲୋଇସିଂହା ସଂକୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ ଶିକ୍ଷାବିକାଶ ଯୋଜନାରେ ଏହି ଆଲୋଚନାଚକ୍ରର ଉଦେଶ୍ୟ ଜ୍ଞାପନ କରିଥିଲେ । ଲୋଇସିଂହା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ସଂଙ୍କୁଳ ସଂଯୋଜକ ଶିବ ପ୍ରସାଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଂପାଦକ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଲୋଇସିଂହା ସଂକୁଳର ସମସ୍ତ ଶିଶୁ ବିଦ୍ୟାମନ୍ଦିର ବିଦ୍ୱତ୍ ପରିଷଦ, ପ୍ରଧାନ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦାନ କରିଥିଲେ ।
Prev Post
Next Post