ଲୋଇସିଂହାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସଂଯୋଜକ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ରିନାକୁମାରୀ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ଟଙ୍କଧର ଭୋଇ, ପ୍ରଧାନ ଶିକ୍ଷକ ମାଣିକର ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭପତି ବୀରକିଶୋର ଦେବ, ବିଜ୍ଞାନ ସଂଯୋଜକ ବିଷ୍ଣୁପ୍ରସାଦ ମିଶ୍ର, ପୂର୍ବତନ ସଂଯୋଜକ ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । “ଶ୍ରୀ ଅନ୍ନ- ଏକ ମୂଲ୍ୟବର୍ଦ୍ଧିତ ଖାଦ୍ୟ ଅଥବା ଭ୍ରାନ୍ତି ଆହାର” ଶୀର୍ଷକରେ ଛାତ୍ରଛାତ୍ରୀ ଆଲୋଚନା କରିଥିଲେ । ସେମିନାରରେ ମୋଟ ୩୧ ଜଣ ଏବଂ କୁଇଜରେ ୪୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୁନିଆପାଲି ହାଇସ୍କୁଲର ବିଜ୍ଞନଶିକ୍ଷକ ଜଗଦାନନ୍ଦ ବିଶ୍ଵାଳ ଏବଂ ଉପରବାହାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତାରାକାନ୍ତ ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ । ଆଲୋଚନାଚକ୍ରରେ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ବାଗତ ଦାସ ପ୍ରଥମ, ଯୋଗିସର୍ଡା ହରିହର ନୋଡାଲ ହାଇସ୍କୁଲର କିରଣମୟୀ ସାହୁ ଦ୍ଵିତୀୟ ଏବଂ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ରୋହନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗ କୁଇଜରେ ହରିହର ନୋଡାଲ ହାଇସ୍କୁଲର ନୈତିକ ସାହୁ ପ୍ରଥମ, ଆଦର୍ଶ ବିଦ୍ୟାଳୟର ପ୍ରତିକ୍ଷା ସାହୁ ଦ୍ଵିତୀୟ ଏବଂ ପଞ୍ଚାୟତ ହାଇସ୍କୁଲ କୁଶଙ୍ଗର ଛାତ୍ର କିରଣ କଂହେର ତୃତୀୟ ହୋଇଥିଲେ । ସେହିପରି ବରିଷ୍ଠ ବିଭାଗ କୁଇଜରେ ପଞ୍ଚାୟତ ହାଇସ୍କୁଲ ବୁର୍ଡାର ସ୍ମୃତି ପଧାନ ପ୍ରଥମ, ପଞ୍ଚାୟତ ହାଇସ୍କୁଲ କୁଶଙ୍ଗର ହରେଶ ସାହୁ ଦ୍ଵିତୀୟ ଓ ହରେକୃଷ୍ଣ ମହତାବ ହାଇସ୍କୁଲ, ଲୋଇସିଂହାର ୱିଲସନ ହରପାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜ୍ଞାନଶିକ୍ଷକ ରାଜକୁମାର ଭୋଇ, ଶଶାଙ୍କ ଶେଖର ସାହୁ, ନରେଶ ଦ୍ଵାରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.