ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ବ୍ରାହ୍ମଣ ସମାଜର ମାସିକିଆ ଆଲୋଚନାଚକ୍ର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗୀତାସାର ଉପରେ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବରେ ଶିକ୍ଷଣୀୟ ମଣ୍ଡଳର ପୂର୍ବତନ ପ୍ରାଦେଶିକ ସାଧାରଣ ସଂପାଦକ ଧର୍ମବ୍ରତ ରଥ ଯୋଗଦେଇ ଜୀବନର ସମସ୍ତ ସମସ୍ୟାର ସମାଧାନରେ ଗୀତାରେ ଅଛି । ଏହାର ପଠନ ଦ୍ୱାରା ମନ ପରିଷ୍କାର ଏବଂ ଶରୀର ରୋଗମୁକ୍ତ ରହେ । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୋପବନ୍ଧୁ ପୁରୋହିତ, ରାଜେଶ ପାଣିଗ୍ରାହୀ, ଦିବାକର ହୋତା, ଯୁଧିଷ୍ଟିର ମିଶ୍ର, ଗୋପାଳ କର, ନାରାୟଣ ମିଶ୍ର, ନାରାୟଣ ପାଢି, ସରୋଜ ଯୋଷୀ, ଯୁଗଲ ମହାପାତ୍ର, ପ୍ରଶନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଆକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।