oum

ବୃହତ ଶିଳ୍ପରେ କ୍ୟାରିୟର ଶୀର୍ଷକ ଆଲୋଚନାଚକ୍ର

jsm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦେଶର ବଡ ବଡ ସରକାରୀ ଓ ବେସରକାରୀ ଶିଳ୍ପ ପ୍ରତିଷ୍ଠାନରେ କଂପ୍ୟୁଟର ଓ ମେନେଜମେଣ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା କ୍ୟାରିୟର ସୁଯୋଗ ଉପରେ ଏକ ଆଲୋଚନାଚକ୍ର ଇମ୍ପରିୟଲ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ଅଥରେଟି ଅଫ ଇଣ୍ଡିଆ ଲିମିଟେଡର ବୋକାରା ଇସ୍ପାତ କାରଖାନାରେ କାର୍ଯ୍ୟରତ ଥିବା ମାନବ ସମ୍ବଳ ବିଭାଗର ଏଜିଏମ୍‌ ଜୟକୃଷ୍ଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବୃହତ ଶିଳ୍ପମାନଙ୍କରେ ପ୍ରତିବର୍ଷ ହଜାର ହଜାର ନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଅନେକ ସମୟରେ ଏହାର ସୂଚନା ଠିକ୍ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିପାରୁ ନାହିଁ । ତେଣୁ ଏହି ସୂଚନାକୁ ପ୍ରାପ୍ତ କରି ସେମାନେ କିପରି ଭାବରେ ନିଜକୁ ପ୍ରସ୍ତୁ୍‌ତ କରିବେ ସେ ବିଷୟରେ ସେ ବିଶଦ ସୂଚନା ପ୍ରଦାନ କରିଥିଲେ । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ, ଅଧ୍ୟାପିକା ହରିପ୍ରିୟା ସାହୁ, ରୋନକ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେମିନାର ପରେ ଏକ ପ୍ରଶ୍ନୋତରୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.