oum

ସୁସ୍ଥ ଗଣତନ୍ତ୍ର ପାଇଁ ନ୍ୟାୟପାଳିକାର ଭୂମିକା ସଂପର୍କରେ ଆଲୋଚନାଚକ୍ର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସୁସ୍ଥ ଗଣତନ୍ତ୍ର ପାଇଁ ନ୍ୟାୟପାଳିକାର ଭୂମିକା ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ଚାଣ୍ଡେଲ ଯୋଗ ଦେଇ କହିଲେ ଯେ, ସୁସ୍ଥ ସମାଜ ଗଠନ ତଥା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁସ୍ଥ ଗଣତନ୍ତ୍ର ଶାସନ ଏକ ଉପଯୁକ୍ତ ମାଧ୍ୟମ । ଏଥିପାଇଁ ନୈତିକ ମୂଲ୍ୟବୋଧ ସମ୍ପନ୍ନ ନାଗରିକ ନିର୍ମାଣ ସହିତ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ଅତ୍ୟନ୍ତ ଆବଶ୍ୟକ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ବିଭାଗୀୟ ମୁଖ୍ୟ ବିଜୟ ଲକ୍ଷ୍ମୀ ଦେଓ ବିଷୟ ସଂପର୍କରେ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ଡ଼. ଦିବ୍ୟକାନ୍ତି ବିଲୁଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପିକା ମହାଶ୍ୱେତା ମହାପାତ୍ର ଅନ୍ୟତମ ବକ୍ତା ଭାବରେ ନ୍ୟାୟପାଳିକାର ଚୟନ ଓ କାର୍ଯ୍ୟ ସମ୍ବନ୍ଧରେ କହିଥିଲେ । ଏହି ଆଲୋଚନାଚକ୍ରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ । ଶେଷରେ ଅଧ୍ୟାପକ ଅର୍ଘ୍ୟଦୀପ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.