lika

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

gbag

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ଆଲୋଚନାଚକ୍ର । ଏଥିରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ନାଇଜର ଭୁବନେଶ୍ୱରର ଅର୍ଥ ବିଭାଗର ରିଡର୍ ଡକ୍ଟର ଅମରେନ୍ଦ୍ର ଦାସ ଏବଂ ଫିନ୍‌ଷ୍ଟ୍ରାଟେଜି କନ୍‌ସଲଟାନ୍ସିର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଓମ୍ ମହାପାତ୍ର ଯୋଗ ଦେଇ ଚଳିତ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ । ଚଳିତ ବଜେଟର ଗୁଣବତା, ମଧ୍ୟବର୍ଗଙ୍କ ନିମନ୍ତେ ସୁବିଧା, ବଜେଟର ଅର୍ଥ ବ୍ୟବସ୍ଥା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବକୁ ନେଇ ଏହି ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଅର୍ଥ ବିଭାଗର ପ୍ରଫେସର ପି.କେ. ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଜନେସ୍ ଷ୍ଟାଣ୍ଡାର୍ଡ ପକ୍ଷରୁ ମନୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.