କନାବିରା ଗାଁରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା

  • ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ବିନା ବିକାଶ ଅସମ୍ଭବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଆଜି ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ ପକ୍ଷରୁ ଜୋନସ୍ତରୀୟ ପରିଚୟ ସମ୍ମିଳନୀ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇ ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ରାଧେଶ୍ୟାମ କେତକୀ ଯୋଗ ଦେଇ ସଭାକୁ ଉଦ୍‌ଘାଟନ କରିଥିଲେ । ଘନଶ୍ୟାମ ମନହୀରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆୟୋଜିତ ସାଧାରଣ ସଭାରେ ଯାଦବ ବୁଦ୍ଧିଜୀବୀ ମଂଚ ସଭାପତି ତଥା କୁଡାସିଂହା ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଚିବାଳୟ ଅନୁଶାସନ ସଚିବ ମଧୂସୁଦନ ଯାଦବ ଯୋଗ ଦେଇଥିଲେ । ବିଶେଷ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅବସରପ୍ରାପ୍ତ ପାଟଣାଗଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ବିରରାଜ ବାଗ, ସମ୍ମାନୀୟ ଅତିଥି ଭାବେ ଉକ୍ରଳ ଯାଦବ ମହାସଭା ପ୍ରକଳ୍ପ ବିଭାଗ ରାଜ୍ୟ ସଭାପତି ଲକ୍ଷ୍ମଣ ବାଗ, ସୋନପୁର ଜିଲ୍ଲା ଯାଦବ ମହାସଭାର ସଭାପତି ତପନ ଜୁଆଡି, ଭବାନୀପାଟଣା ପୌରପାଳିକାର କାଉନସିଲର ପିଙ୍କି ରାଉତ, ନୂଆପଡା ଜିଲ୍ଲା ଯାଦବ ମହାସଭା ସଭାପତି ଭରତଲାଲ ରାଉତ, ଆଇନଜୀବୀ ଯୋଗେନ୍ଦ୍ର ବଚ୍ଛା, ଦାମୋଦର ଚନ୍ଦନ, ବଳରାମ ଚନ୍ଦନ, ବୌଦ୍ଧ ଜିଲ୍ଲା ଯାଦବ ମହାସଭାର ସମ୍ପାଦକ ଧବଲେଶ୍ୱର ମନହୀରା, ଦୟାସାଗର ବଗର୍ତ୍ତୀ, ମହେନ୍ଦ୍ର ବାଗ, ଗୌରପ୍ରସାଦ ରାଜପାଲିଆ, ଜିଲ୍ଲା ସଭାପତି ବିରେନ୍ଦ୍ର ବନଛୋର, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପରମେଶ୍ୱର କାଣ୍ଡ, କଣ୍ଟାବାଞ୍ଜିର ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ, ବୋର୍ଡା କଲେଜ ଅଧ୍ୟକ୍ଷ ଦିଲେଶ୍ୱର ନିଆଲ, ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ କଲେଜର ପ୍ରାଧ୍ୟାପକ ଶ୍ରବଣ ଗୁପ୍ତା, ମେଣ୍ଢା କଲେଜର ଅଧ୍ୟକ୍ଷ ଦିବାକର ପୋଢ, ସାହାଜବାହାଲ କଲେଜର ଅଧ୍ୟାପକ କବିରାଜ ଭୋଇ, ହାତୀବନ୍ଧା କଲେଜର ଅଧ୍ୟାପକ ଜୋତିର୍ଣ୍ଣ ବନ୍ଦିଛୋଡ, ସାମ୍ବାଦିକ ହୁଲେଶ୍ୱର ହଂସ, ଲୋଇସିଂହାର ସାମ୍ବାଦିକ ରାଧେଶ୍ୟାମ ହାତୀ, ଚାନ୍ଦୋତରା ସରପଂଚ ଜିତେନ ବଚ୍ଛା, ଝରିଆଲ ସରପଂଚ ଭରଦ୍ୱାଜ ଗହିର, ସମିତି ସଭ୍ୟ ରାଜୁ ହାତୀ କଣ୍ଟାବାଞ୍ଜି ଯୁବ ଯାଦବ ସଭାପତି ବେଦବ୍ୟାସ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଶାର ଏକକ ସଂଖ୍ୟା ଗରିଷ୍ଠ ଥିବା ଯାଦବମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ମିଳିପାରିନାହିଁ । ଯାହା ସାମ୍ବିଧାନିକ ବ୍ୟବସ୍ଥା ବିରୋଧୀ ଅଟେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ବିନା ବିକାଶ ଅସମ୍ଭବ । ଏହାକୁ ପରିଲକ୍ଷିତ କରି ସମାଜର ବୁଦ୍ଧିଜୀବୀମାନଙ୍କୁ ଏହା ଉପରେ ଅବଗତ କରାଇ ଏହାର ଦାୟିତ୍ୱବୋଧ ବହନ କରିବା ସହିତ କାର୍ଯ୍ୟକାରିତାକୁ ହୃଦବୋଧ କରାଇ ମଂଚର ଏହି ଉଦେ୍ଧଶ୍ୟ ଅଟେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକକ ସଂଖ୍ୟା ଗରିଷ୍ଠ ଯାଦବମାନଙ୍କ ପ୍ରତିନିଧିତ୍ୱର ଭୂମିକା ବିଷୟରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ପାଦକ ମୁନିରାମ ନାଗ ସଭା ସଂଯୋଜନା କରିଥିଲେ । ଯାଦବ ଇଣ୍ଟେଲେକ୍‌ଚ୍ୟୁଆଲ ଫୋରମ୍‌ର ଆବାହକ ଧବଳେଶ୍ୱର ବାଗ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତାପ ଭାଟି, ଅର୍ଦ୍ଧେନ୍ଦୁ ଦାସ ଯାଦବ, ଘନଶ୍ୟାମ ମନହୀରା, ଜୟଦେବ ସଗରିଆ, ମୁନିରାମ ନାଗ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ସହଯୋଗ କରିଥିଲେ ।

Leave A Reply

Your email address will not be published.