ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସଦେବ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍.ଆଇ.ଟି. ପରିସରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ‘ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସ ଦେବ’ ଶୀର୍ଷକ ଆଲୋଚନାଚକ୍ର ସହ ବ୍ୟାସଦେବ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ୱ, ଶିକ୍ଷୟିତ୍ରୀ ନିରୁପମା ଦାଶ ପତିଙ୍କର ସଂଯୋଜନାରେ ଏବଂ ମାଧବ ନଗର ଶାଖାର ସଭାପତି ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଗୀତି କବି ତାରିଣୀ ଚରଣ ସାହୁ ମୁଖ୍ୟ ଅତିଥି, ଅଜୟ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର-ଛାତ୍ରୀଙ୍କୁ ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ଗୁରୁ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଉଦଘାଟକ ଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ । ବିଦ୍ୟାଳୟର ଶିକ୍ଷକ ଅଜୟ ରାଉତ, ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗଡୁଙ୍ଗ, ମିନତୀ ଖମାରୀ, ପୂଜା ସ୍ୱାଇଁ, ହରିହର କାମିଲା, ସୁଜାତା ମିଶ୍ର, ସୁଶାନ୍ତ ରାୟ, ସୁରେଖା ନାୟକ, ବନିତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଛାତ୍ରୀ ଶ୍ରେୟସୀ ସାହୁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁରୁବନ୍ଦନା ଛାତ୍ରୀଙ୍କ ଦ୍ୱାରା ଗାନ କରାଯାଇଥିଲା । ପରିଶେଷରେ ବ୍ୟାସ ଦେବଙ୍କ ମହତ୍ୱ ଏବଂ ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଵା ନିମନ୍ତେ ଛାତ୍ର-ଛାତ୍ରୀଙ୍କୁ ଅତିଥିମାନେ ପ୍ରେରଣା ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି ସଭା ପରିଚାଳନା, ପ୍ରାକ କଥନ ରଖିଥିଲା ବେଳେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ମାଧବ ନଗର ଶାଖାର ସଦସ୍ୟମାନେ ତଥା ଶତାଧିକ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.