ତୁଷୁରା ସଂକୁଳ ବିଦ୍ୱତ ପରିଷଦ ଆନୁକୂଲ୍ୟରେ ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଶତାବ୍ଦୀର ପଞ୍ଚ ପରିବର୍ତ୍ତନ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଓଡିଶା, ତୁଷୁରା ସଂକୁଳ ବିଦ୍ୱତ ପରିଷଦ ଆନୁକୂଲ୍ୟରେ ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଶତାବ୍ଦୀର ପଞ୍ଚ ପରିବର୍ତ୍ତନ” ଶୀର୍ଷକ ଆଲୋଚନା ଚକ୍ର ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଟିଟିଲାଗଡ଼ ବିଧାୟକଙ୍କ ନୋମିନି ଅଶୋକ ଚନ୍ଦ୍ର ଦୋରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସଂକୁଳ ବିଦ୍ୱତ ପରିଷଦ ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ବିବେକ ବିହୀନ ଐଶ୍ୱର୍ଯ୍ୟ ଓ ବିବେକ ବିହୀନ ଜ୍ଞାନ ଅତି ଭୟଙ୍କର ବୋଲି କହିଥିଲେ । ସଂକୁଳ ପ୍ରମୁଖ ଗୁରୁ ଗୌରବ ଆଶୁକବି ଡ. ହେମନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଉପରେ ବିଶଦ ଆଲୋଚନା କରିଥିଲେ । ସଂକୁଳ ସଂଯୋଜକ ତଥା ସଶିବିମ ତୋଷରାର ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଥପିର ମନହିରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଗୁରୁମା ଦେବନ୍ତୀ ଝାଙ୍କର ସଭା ସଞ୍ଚାଳନ କରିଥିଲେ ଓ ଗୁରୁଜୀ ତେମନ୍ତ ମନହିରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଂକୁଳ ଅଧୀନ ଗୁଡଭେଲା, ଦେଓଗାଁ ଓ ସଇଁନ୍ତଳା ବ୍ଲକର ୮ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଗୁରୁଜୀ‌ ଓ ବିଦ୍ୱତ ପରିଷଦ ସଦସ୍ୟ ସଦସ୍ୟା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ମାତୃ ଭାରତୀ ସମସ୍ତ ସଦସ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.