ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ବିଭାଗ, ଶିକ୍ଷା ବିଭାଗ, ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଗଣିତ ବିଭାଗରେ ଆଜି ସାପ୍ତାହିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ “ଫକୀର ମୋହନଙ୍କ ଛ’ ମାଣ ଆଠଗୁଣ୍ଠ ଉପନ୍ୟାସରେ ସମାଜ ଚିତ୍ର”ରେ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶ ସଭାପତିତ୍ୱ କରିଥିବାବେଳେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫକୀରମୋହନଙ୍କ ଏହି ଉପନ୍ୟାସଟି ଏକ କ୍ଲାସିକ ଓ କାଳଜୟୀ ସୃଷ୍ଟି ବୋଲି କହିଥିଲେ । ତୃତୀୟ ବର୍ଷର ଛାତ୍ରୀ ଜ୍ୟୋସ୍ନାମୟୀ ଭୁଏ ଓ ଝୁମୀ ସାହୁ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏଥିରେ ଅଧ୍ୟାପକ ବାମଦେବ ମେହେର, ଡକ୍ଟର ସୋମନାଥ ପଧାନ ଓ ଡକ୍ଟର ଲିଙ୍ଗରାଜ ମେହେରଙ୍କ ସମେତ ତନ୍ମୟ ସା, ଜୟଶ୍ରୀ ପଧାନ, ମୋହନ ପଣ୍ଡା, ଗୌତମ ସାହୁ, ବିନୋଦିନୀ ସାହୁ, ଚିନ୍ମୟ ପଧାନ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭାକୁ ସଂପାନ ସଂପାଦିକା ଜ୍ୟୋସ୍ନା ସାହୁ ସଂଯୋଜନା କରିଥିବା ବେଳେ ସହ-ସଂପାଦିକା ମାମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଶିକ୍ଷା ବିଭାଗରେ ବିଭାଗ ମୁଖ୍ୟ ଡକ୍ଟର ଭୁରିଶ୍ରବା ମାଝି ସଭାପତିତ୍ୱ କରିଥିବା ବେଳେ ଆକ୍ୟୁଏସି ସଂଯୋଜକ ଦୈତାରି ଶବର ଓ ସହ-ସଂଯୋଜକ ନୀଳାମ୍ବର ବାରିକ ଅତିଥି ଭାବରେ ଯୋଗଦାନ କରିଥିଲେ । ‘ଶିକ୍ଷାରେ କୃତ୍ରିମ ବୁଦ୍ଧିମତା’ ଶୀର୍ଷକରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଛାତ୍ରୀ ପ୍ରିୟଙ୍କା ପଟେଲ ଓ ପ୍ରମୋରିତା ପୁଟେଲ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଚୁମକି ସୁନା, କବିତା ମିଶ୍ର, ନମିତା ହାତୀ, ସ୍ମୃତିରେଖା ପଧାନ, ରୁଦ୍ର ସାହୁ ଓ ପରମେଶ୍ୱର ସାହୁ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପାନ ସଂପାଦକ ଚିନ୍ମୟ ସାହୁ ସଭା ସଂଯୋଜନା କରିଥିବା ବେଳେ ସନ୍ତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗରେ ବିଭାଗ ମୁଖ୍ୟ ବୁଦ୍ଧଦେବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ମହନ୍ତ, ଅନୁଶୟା ଭଞ୍ଜଦେଓ ଓ ଶେଷଦେବ ଦାନୀ ମଞ୍ଚାସୀନ ଥିଲେ । କମଳିନୀ ସାହୁ-ଜିନ୍ ମେପିଙ୍ଗ, ରାକ୍ଷୀ ନାଏକ-ଅଲଗଲ ପିଗମେଣ୍ଟ ଶୀର୍ଷକରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଂପାନ ସଂପାଦକ ମଦନ ସାହୁ ସଭା ସଂଯୋଜନା କରିଥିବା ବେଳେ ସହ-ସଂପାଦିକା ଅଙ୍କିତାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଗଣିତ ବିଭାଗରେ ବିଭାଗ ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟା ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସ୍ନେହାରାଣୀ ପଧାନ- ପ୍ରୋବାବିଲିଟି, ସ୍ୱାଗତ ଭୋଇ- ଗ୍ରୁପ୍ ଥିଓରି, ବିନୟ ଭୋଇ- ମ୍ୟାଥମେଟିକାଲ ଇନ୍ଡକ୍ସନ, ସୁରଜ ନାଏକ-ରିଙ୍ଗ, ସନ୍ଦେଶ ସାହୁ-ସାଇକ୍ଲିକ୍ ଗ୍ରୁପ, ବିଷ୍ଣୁ ସାହୁ-ଲିନିୟର ଡାୟୋଫଣ୍ଟାଇନ୍ ସମୀକରଣ, ଗୀତାଞ୍ଜଳି ରଣା-ଚାଇନିଜ ରିମେଣ୍ଡର ଥିଓରମ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଅଧ୍ୟାପକ ଲେଫ୍ଟନାଣ୍ଟ ଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।