ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ଵତ ସମାବେଶରେ ‘ବାଲ୍ମିକୀ ରାମାୟଣର ଶାଶ୍ଵତ ମୂଲ୍ୟବୋଧ’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ପ୍ରିୟଙ୍କା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ମହାନଗର ଉପସଭାପତି ସୁଜାତା ପ୍ରଧାନ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସାରସ୍ୱତ ସଂଧ୍ୟାରେ ନଗର ଉପସଭାପତି ତଥା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଜୟ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ସାଧାରଣ ସମ୍ପାଦକ ଡ. ସୁଷମା ମୋଦୀ ପ୍ରାକ୍ କଥନ ଓ ଛାତ୍ରୀ ଶ୍ରେୟସୀ ସାହୁ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍, ଆଲୋଚିକା ସୁସ୍ମିତା ମହାପାତ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବିଶେଷ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବାଲ୍ମୀକିଙ୍କ ରାମାୟଣ ସହ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଓ ଅନ୍ୟାନ୍ୟ ପ୍ରାଦେଶିକ ରାମାୟଣର ତୁଳନାତ୍ମକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତୀୟଙ୍କୁ ଯାହା ପ୍ରଭାବିତ କରିଛି ତାହା ରାମାୟଣ । ଦସ୍ୟୁ ରତ୍ନାକର ଯୋଗ କରି ଉଇହୁଙ୍କାରେ ପରିଣତ ହୋଇ ସେଥିରୁ ବାଲ୍ମିକୀ ନାମରେ ପରିଚିତ ହେବା ସମ୍ପର୍କରେ ଆଲୋଚନା କରି ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଶେଷରେ ନଗର ସମ୍ପାଦକ ଅଧ୍ୟାପକ ଆଭାସ କୁମାର ହୋତା କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଦ୍ୱାରା ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ବିର୍ସା ମୁଣ୍ଡା ଶାଖାର କାର୍ଯ୍ୟକାରୀ ସଭାପତି ଓ ସୁଶ୍ରୀ ପ୍ରିୟଙ୍କା ପଲେଇଙ୍କୁ ସହ-ସମ୍ପାଦକ ରୂପେ ଦାୟିତ୍ୱ ଘୋଷଣା କରାଯାଇଥିଲା ବେଳେ ମହାନଗର ଉପସଭାପତି ଓ ସାଧାରଣ ସମ୍ପାଦକ ଉଭୟଙ୍କୁ ନାରିକେଳ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାନଗର ସଂଯୋଜକ କରୁଣାକର ପାଟ୍ଟଶାଣୀ, ବ୍ରଜେନ୍ଦ୍ର ଦାଶ, ଗିରିଜା ଶଙ୍କର ଗୋସ୍ୱାମୀ, ଧରିତ୍ରୀ ପାଇକରାୟ, ଶ୍ୱେତ କୁମାର ସାହୁ, ପ୍ରସନ୍ନ କୁମାର ସାବତ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, କମଳ ଆଚାର୍ଯ୍ୟ, ସୁରଶ୍ରବା ପୁରୋହିତ, ପ୍ରିୟା ପାତ୍ର, ରାଜଲକ୍ଷ୍ମୀ ସେନାପତି, ସୁଭାଷିନୀ ସାହୁ, କବିତା ଦାଶ, ପ୍ରଭାସିନୀ ସାହୁ, ସ୍ୱର୍ଣ୍ଣଲତା ଘଡେଇ, ପୁତୁଲ ଡୋଗରା, ସୁମିତା ସ୍ୱାଇଁ, ବିଜୟିନୀ ଜେନା, ଗୀତାଞ୍ଜଳି ମହାରଣା, ପ୍ରବୀର କୁମାର ଦୁବେ, କୌଶଲ୍ୟା ମହାରଣା, ନିରୁପମା ଚାନ୍ଦ, ବିମଳେନ୍ଦୁ ପ୍ରଧାନ, ଦେବେନ୍ଦ୍ର ଓଝା, ଗଙ୍ଗାଧର ପଣ୍ଡା, ଶ୍ରୀକାନ୍ତ ପାଣିଗ୍ରାହୀ, ବିଭୁଦତ୍ତ ବେହେରା, ଶରତ ରାଉତ, ରମେଶ ସାହୁ, ଦୀପ୍ତି ମହାନ୍ତି, ମଞ୍ଜୁଳ ରଥ, ରୋଶନ ଗୌଡ, ନିବେଦିତା ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।