ppurohit

କରୋନା ସମୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ମାନସିକ ବିକାଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

2nd

ଖପ୍ରାଖାଲ, (କ୍ରିଷ୍ଣା ସେଠୀ) : ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଆଜି କରୋନା ସମୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ମାନସିକ ବିକାଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ଖପ୍ରାଖୋଲ ତହସିଲଦାର ଧୀରଜ କୁମାର ପାତ୍ର, କଲେଜ ପ୍ରତିଷ୍ଠାତା ଘାସିରାମ ଅଗ୍ରଓ୍ବାଲ, ଯୋଗ ଗୁରୁ ଡଃ ହରିଭାଇ ଆର୍ଯ୍ୟନ, ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ଲାଠୋର କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାସ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଭଗବାନ ଦାସ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଭଗବାନ ବଗର୍ତ୍ତି । ଏହି କାର୍ୟ୍ୟକ୍ରମରେ ବକ୍ତା ମାନେ ଛାତ୍ରଛାତ୍ରୀମାନଙ୍କୁ କିପରି ତାଙ୍କର ବୌଦ୍ଧିକ ଏବଂ ମାନସିକ ବିକାଶ କରିପାରିବେ, ତା ଉପରେ ଆଲୋକପାତ କରିଥିଲେ । କାର୍ୟ୍ୟକ୍ରମଟି କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.