ବଲାଙ୍ଗିର ବି.ଇଡି କଲେଜରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଆଇକ୍ୟୁଏସି ଆନୁକୂଲ୍ୟରେ “ଏକ ବିଂଶ ଶତାବ୍ଦୀରେ ଶିକ୍ଷାଦାନ” ବିଷୟରେ ଏକ ପାଠକ୍ରମ ଗତକାଲି ତା.୨୧.୦୨.୨୦୨୫ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଗରୁଡଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍‌ସିଟିଇର ପୂର୍ବତନ ସଭାପତି ଡ. ମନ୍ମଥ କୁଣ୍ଡୁ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରମେଶ ପ୍ରସାଦ ଖାଡାଙ୍ଗା ମୁଖ୍ୟ ବକ୍ତା ଭାବରେ ଏକ ବିଂଶ ଶତାବ୍ଦୀରେ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ । ପାଠଚକ୍ରର ଉପଦେଷ୍ଟା ଡ. ଶୁଭଶ୍ରୀ ବିଶ୍ୱାଳ ପାଠଚକ୍ରର ଆଭିମୁଖ୍ୟ ବିଷୟରେ କହିଥିବା ବେଳେ ଆଇକ୍ୟୁଏସି ଉପଦେଷ୍ଟା ଡ. ଅଜିତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଡ. ନିବେଦିତା ସାହୁ ସଭା ପରିଚାଳନା କରିଥିଲେ । ଶେଷରେ ପ୍ରାଧ୍ୟାପିକା ଡ. ସୁଧାଂଶୁବାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଦର୍ଭ ଉପସ୍ଥାପନା ପାଇଁ ଶିକ୍ଷକ, ଛାତ୍ରୀ ଛାତ୍ରମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା । ତଦ୍‌ନୁଯାୟୀ ସେମାନେ ସୁନ୍ଦର ଭାବରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ- ପ୍ରାଧ୍ୟାପିକା, ଅଣଶୈକ୍ଷିକ କର୍ମଚାରୀ ଓ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.