mm

ବିକଶିତ ଓଡ଼ିଶା ୨୦୩୬ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୩ ସ୍ଥିତ ମେଳଣ ପଡିଆଠାରେ ଚାଲିଥିବା ସ୍ୱଦେଶୀ ଜାଗରଣ ମଞ୍ଚ ଆୟୋଜିତ ସ୍ୱଦେଶୀ ମେଳାରେ ବିକଶିତ ଓଡ଼ିଶା ୨୦୩୬ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆବାହକ ବିମଳ କୁମାର ବିଶିଙ୍କ ଆବାହକତ୍ଵ ଓ ଭୀମସେନ ନାଏକଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିଶିଷ୍ଟ ସମବାୟବିତ୍ ତଥା ସ୍ତମ୍ଭକାର ପ୍ରଦୀପ କୁମାର ସାମଲ, ଥିଙ୍କର୍ସ ଫୋରମର ଆବାହକ ନଳିନୀକାନ୍ତ ଧର, ଇଣ୍ଡୋ ଆଫ୍ରିକାନ ଚାମ୍ବର ଅଫ କମର୍ସର ଓଡ଼ିଶା ସଭାପତି ପ୍ରତୀକ କୁମାର ଯୋଶୀ, ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ. ରବିନ୍ଦ୍ର କୁମାର ଜେନା, ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଉପସଭାପତି ବ୍ରିଜ ମୋହନ ଅଗ୍ରୱାଲ, ରାଜେଶ ଗର୍ଗ, ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର ପ୍ରମୁଖ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ । ଶ୍ରୀ ସାମଲ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ତଥା ସମବାୟ, ଶ୍ରୀ ଯୋଶୀ ସବୁଜ ଅର୍ଥନୀତି, ଶ୍ରୀ ଧର ସେବା କ୍ଷେତ୍ର, ଶ୍ରୀ ଅଗ୍ରୱାଲ ଓ ଶ୍ରୀ ଗର୍ଗ ଲଘୁ ଉଦ୍ୟୋଗ, ଡ଼ଃ ଜେନା ଓଡିଶା ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚକମାନେ ସେମାନଙ୍କ ବକ୍ତବ୍ୟରେ କୃଷି ଜାତ ପଦାର୍ଥ ଗୁଡ଼ିକର ସମବାୟ ଶୀତଳ ଭଣ୍ଡାରରେ ସୁରକ୍ଷିତ ରଖିବା, ଆଞ୍ଚଳିକ ସ୍ତରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବ୍ୟବସାୟୀକରଣ ପାଇଁ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ଓ ଏଥିରେ ନିଯୁକ୍ତି, ଚିନିକଳର ଉଦ୍ଧାର, ସମବାୟ ସମିତି ମାଧ୍ୟମରେ ସେବା ଯୋଗାଇବା, ଋଣ ଦୁର୍ନୀତିର ମୂଳୋତ୍ପାଟନରେ ସରକାରୀ ପଦକ୍ଷେପ, ସମବାୟ ସମିତିର କମ୍ପ୍ୟୁଟରୀକରଣ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା, ଚାଷ, ମତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ, ଖାଉଟି ପଦାର୍ଥ ଯୋଗାଣ, କୃଷିଜାତ ପଦାର୍ଥର ବଜାରିକରଣ, ଗମନାଗମନ, ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଡ଼ଃ ସୁମନ ଦତ୍ତ, ସତ୍ୟନାରାୟଣ ଦାଶ, ସୁନିଲ ଦାସ, କାମିନୀ ମହନ୍ତ, ଗୋକୁଳ ମିଞ୍ଜ, ପ୍ରଭୁଦତ୍ତ ପୁଝାରୀ, ରୀନାରାଣୀ ସ୍ୱାଇଁ ପ୍ରମୁଖଙ୍କ ପ୍ରଶ୍ନର ଉତ୍ତର ଆଲୋଚକମାନେ ଦେଇଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ବିଶି କାର୍ଯ୍ୟକ୍ରମ ଓ ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ଓ ଶେଷରେ ସହ ସଂଯୋଜକ ଦେବବ୍ରତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଲଘୁ ଉଦ୍ୟୋଗପତି, ବ୍ୟବସାୟିକ ପ୍ରତିଷ୍ଠାନ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.