ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱରେ ହୃଦ୍ ରୋଗ ଜନିତ ମୃତ୍ୟୁ ସଂଖ୍ୟା ଅତ୍ୟଧିକ । ଏଥିରୁ ନିରାପଦ ରହିବାକୁ ହେଲେ ହୃଦ୍ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଅତି ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଓ ଇନ୍ନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ଏବଂ ହାଇ ଟେକ ମେଡିକାଲ କଲେଜର ମିଳିତ ସହଯୋଗରେ ଗୋପବନ୍ଧୁ ପାଠାଗାର ସଭାକକ୍ଷରେ ତା ୧୭ ରିଖରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ହାଇ ଟେକ ମେଡିକାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ସୌମେନ ପ୍ରସାଦ ବେହେରା ଓ ହୃତପିଣ୍ଡ ଶଲ୍ୟ ଚିକିତ୍ସକ ଡାକ୍ତର ମନୋଜ କୁମାର ମହାରଣା ଏଥିରେ ଯୋଗ ଦେଇ କିପରି ଓ କାହିଁକି ଏହି ସମସ୍ୟା ଦେଖା ଦିଏ, ତଥା ଜରୁରୀକାଳୀନ ପରିସ୍ଥିତିରେ ରୋଗୀର କିପରି ଚିକିତ୍ସା କରିବା ଦରକାର ସେ ସମ୍ବନ୍ଧରେ ପ୍ରୋଜେକ୍ଟର ସାହାଯ୍ୟରେ ବୁଝାଇ କହିଥିଲେ । ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବାକୁ ଉପଦେଶ ଦେବା ସହ ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବାକୁ କହିଥିଲେ । ଶେଷରେ ଶ୍ରୋତା ମାନଙ୍କର ଅନେକ ପ୍ରଶ୍ନର ଉତ୍ତର ବକ୍ତାମାନେ ଦେଇଥିଲେ । ଏହି ହୃତପିଣ୍ଡ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଡାକ୍ତର ପି. ସି. ମହାପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରିଭର ସାଇଡ୍ ରୋଟାରୀ କ୍ଲବର ସଭାପତି ସନ୍ତୋଷ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ବହୁ ସଂଖ୍ୟାରେ ରୋଟାରୀଆନ ମାନେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଇନ୍ନର ହୁଇଲ କ୍ଲବ ସମ୍ପାଦିକା ସୁପ୍ରିୟା ମହାନ୍ତିଙ୍କ ସହ ସମସ୍ତ ସଦସ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ଏହି ଆଲୋଚନା ଚକ୍ରକୁ ସଫଳ କରିଥିଲେ । ଏହି ସଭାରେ ପାଠାଗାରର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ଥିବାବେଳେ ପାଠାଗାର ସଭାପତି ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post