‘ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ’ ଉପରେ ସର୍ବଭାରତୀୟ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ଲୋକାଲ ସେଣ୍ଟର ଦ୍ୱାରା ଏନ୍ଆଇଟି କ୍ୟାମ୍ପସ ସ୍ଥିତ ଏ. ଏନ୍. ପଟେଲ ମେମୋରିୟାଲ ସେମିନାର ହଲ୍ ଠାରେ ଦିନିକିଆ ସର୍ବଭାରତୀୟ ଆଲୋଚନାଚକ୍ର ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଆର୍‌ଏସ୍‌ପିର ମହାପ୍ରବନ୍ଧକ ଇଞ୍ଜିନିୟର ଆର୍‌.କେ. ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏନ୍ଆଇଟିର ଏକାଡେମୀକ୍ସ ଡିନ୍ ପ୍ରଫେସର ସ୍ନେହାଶିଶ ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ସଭାରେ, ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ରାଉରକେଲାର ଅଧ୍ୟକ୍ଷ ଇଞ୍ଜିନିୟର ସାନ୍ତୋଷ କୁମାର ପୋଲାକି, ସ୍ୱାଗତ ଭାଷଣ ଦେଇ ସେନ୍ସର ଉତ୍ପାଦନର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର ସାନ୍ତୋଷ କୁମାର ଦାସ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଭିମୁଖ୍ୟ ରଖିଥିଲେ । ଇଂ ଆର୍‌. କେ. ମୁଦୁଲି ବିଭିନ୍ନ ପ୍ରକାରର ସେନ୍ସର ବିଷୟରେ କହିଥିଲେ ଯାହାକି ଦୈନନ୍ଦିନ ଆବଶ୍ୟକତାକୁ ସୁବିଧା ଦେବା ପାଇଁ ଯତ୍ନପୂର୍ବକ ଉତ୍ପାଦିତ ହୋଇଥିବା ଆବଶ୍ୟକ । ପ୍ରଫେସର ଚକ୍ରବର୍ତ୍ତୀ ସେନ୍ସର ସମ୍ପର୍କିତ ବିଭାଗୀୟ ଆବଶ୍ୟକତା ଓ ଗଣିତର ଗୁରୁତ୍ୱ ବିଷୟରେ ବିସ୍ତାରରେ ଆଲୋଚନା କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ମୁଦୁଲି ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲାର ସମ୍ମାନିତ ସଚିବ ଡଃ. ଅଜିତ ବେହେରା ସେନ୍ସର ଏବଂ ଶିଳ୍ପ ୫-୦ ବିଷୟରେ ଆଲୋଚନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସଦସ୍ୟ, ଅତିଥି ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମୁଦାୟ ୭ଟି ବିଦ୍ୱାନ ଲେଖା ଗ୍ରହଣ କରାଯାଇଥିଲା ଏବଂ ତାହା ସାଧାରଣ ଅଧିବେଶନରେ ପ୍ରଦର୍ଶିତ ହୋଇଥିଲା । ତା’ସହ ଖ୍ୟାତନାମା ଶିକ୍ଷାନୁଷ୍ଠାନଗୁଡ଼ିକର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା । ବିଦ୍ୱାନ ଅଧିବେଶନ ଗୁଡ଼ିକ ସେମାନଙ୍କର ଅନୁଭବ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ସଭାରେ ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ ବିଷୟରେ ବହୁ ପ୍ରସ୍ତାବ ଏବଂ ସୁପାରିଶ ଆସିଥିଲା ।

Leave A Reply

Your email address will not be published.

error: Content is protected !!