ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୧ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ କୃତ୍ରିମ ବୁଦ୍ଧିମତ୍ତା, ସମ୍ଭାବନା ଓ ଉଦ୍ବେଗ ଉପରେ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଦେଓଗାଁ ବ୍ଲକର ୨୬ଟି ହାଇସ୍କୁଲର ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଦେଓଗାଁ ଆଦର୍ଶ ବିଦ୍ୟାଲୟ (ଚନ୍ଦ୍ରପୁର)ର ଛାତ୍ର ମାନସ ମେହେର ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀଜୋର ଛାତ୍ରୀ ମିନତୀ ଘିଭେଲା ଓ ସୁରଧନୁ ହାଇସ୍କୁଲ କୁତୁର୍ଲାର ଛାତ୍ର ସାଗର ରଣା ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିଲେ । ବିଚାରକ ଭାବେ ପ୍ୟାକଟେରୀ ସ୍କୁଲ ବଡ଼ମାଲର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ଚାନ୍ଦ ଓ କରମତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଜିତ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ । ଉଦ୍ଯାପନୀ କାର୍ଯ୍ୟକ୍ରମରେ ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ଅବାହକ ତଥା ସଭାପତିତ୍ୱ କରିଥିବା ବେଳେ ଦେଓଗାଁ ଅତିରିକ୍ତ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ମୁଖ୍ୟ ଅତିଥି, ବନ୍ଦପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାକ ଶିକ୍ଷକ ବିଭୂତୀ ଭୂଷଣ ବେହେରା ଓ ଧଣ୍ଡାମାଲ ସତ୍ୟବାଦୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସଂଯୋଜକ ରାଜକିଶୋର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବଳଦେବ ମାଝୀ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ରାଜକିଶୋର ଦାଶ, ପବିତ୍ର ବୁଡ଼େକ, ବିରେନ୍ଦ୍ର ସା, ଡମନ ବୋଢ଼, ଅନିଲ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ବଡ଼ବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁବ୍ରତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।