ଜାତୀୟ କନ୍ୟା ଦିବସରେ ଆଲୋଚନାଚକ୍ର

  • ନାରୀମାନେ ହିଁ ସମାଜ ସଂସ୍କାରକ

ବୌଦ୍ଧ, (ମମତା ମହାକୁର) : ନାରୀମାନେ ହିଁ ସମାଜର ସଂସ୍କାରକ ବୋଲି ଜାତୀୟ କନ୍ୟାରତ୍ନ ଦିବସରେ ଏକ ଆଲୋଚନାଚକ୍ର ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜରେ ନାରୀମାନେ କିପରି ସଂସ୍କାର ଆଣି ଉଦାହରଣ ପାଲଟିଛନ୍ତି ସେ ଉପରେ ଆଲୋକପାତ କରାଯାଇଥିଲା । ସମାଜ ପାଇଁ କନ୍ୟା ରତ୍ନର ମହତ୍ୱ ଉପରେ ଉପସ୍ଥିତ ବକ୍ତାମାନେ କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ୱଜିତ ବସ୍ତିଆ ଓ ଅନ୍ୟତମ ଅତିଥି ଭାବେ ହାଇସ୍କୁଲର ବରିଷ୍ଠ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଶିକ୍ଷକ ସୁରେନ୍ଦ୍ର କମ୍ପ, ସ୍ନେହାପ୍ରଭା ମହାପାତ୍ର, ନୃପମଣି ମହାଳିକ, ବୈଶାଖୁ ବସ୍ତିଆ, ଦୀପ୍ତିମୟୀ ବୈଠାରୁ ଓ କମିଟିର ସଭ୍ୟା ଅମୂଲ୍ୟ ରାଜହଂସ, ଆରତୀ ଦେହୁରୀ, ବଲ୍ଲବୀ ବସ୍ତିଆ, ଅଙ୍ଗନୱାଡି କର୍ମୀ ସୁରଭି ଖୁଂଟଲି ପ୍ରମୁଖ ଯୋଗଦେଇ ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେବା ସହ ଝିଅମାନଙ୍କ ଭୂମିକାକୁ ବର୍ଣ୍ଣନା କରିଥିଲେ । ଏ ଅବସରରେ ଏକ ପାଲା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଉପଭୋଗ କରିଥିଲେ । ଶେଷରେ ଛାତ୍ର ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.