oom

ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ର ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ ଅନ୍ତର୍ଗତ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟିଲ ସିଟିର ଉପସଭାପତି ରୋଟାରୀଆନ ସନ୍ଧ୍ୟାରାଣୀ ବରାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ୩୨୬୧ ଡିଷ୍ଟ୍ରିକ୍ଟର ଗଭର୍ଣ୍ଣର ରୋଟାରୀଆନ ଶଶାଙ୍କ ରସ୍ତୋଗୀ ମୁଖ୍ୟ ଅତିଥି, ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ୟାମାଶ୍ରୀ ସେନ୍, ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ଫକୀର ଚରଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରଏସପିର ଉପମହାପ୍ରବନ୍ଧକ ଆନନ୍ଦିତା ମହାପାତ୍ର ମୁଖ୍ୟବକ୍ତା, ଅର୍ଘ୍ୟ ଗୁହା, ଏଜି ରୋଟାରୀଆନ ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡ. ଅଞ୍ଜନା ମୈତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ମହିଳା ବିଭାଗର ମୁଖ୍ୟ ରୋଟାରୀଆନ ଜୁଲିଆ ଗାଙ୍ଗୱାନୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ । ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚାର୍ଟର କେକ୍‌ କଟାଯାଇଥିଲା । ପ୍ରାରମ୍ଭରେ ଲାଠିକଟା ରାଧାକୃଷ୍ଣ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଓ ସ୍ୱାଗତ ସଂଗୀତ ରୋଟାରୀଆନ ବୀଣାପାଣି ରଥ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଦିଲ୍ଲୀପ ଭୁଇ, ବିଭୁ ନାୟକ, ପୁତୁଲ ରାହୁଲ, ଲଳିତା ମୁଦୁଲି, ପିଉ ଗୁହା, ରାଜେନ୍ଦ୍ର ପ୍ରସାଦ, ନିରୁପମା ମିଶ୍ର, ଅର୍ଚ୍ଚନା ମହାନ୍ତି, କାବେରୀ ବାନାର୍ଜୀ, କୁମାର ବେହେରା, ଗୌରୀ ନାଗ, ମଞ୍ଜୁ ମେହେର, ଇନ୍ଦିରା ନନ୍ଦ, ପ୍ରତିଭା ଦେ, କୁଲଜିତ ସିଦ୍ଧୁ, ନିବେଦିତା ମିଶ୍ର, ବବିତା ମହାନ୍ତି, ରୁଦ୍ରଞ୍ଜନ ବେହୁରା, ସଂଞ୍ଜିତ ଛୋଟରାୟ, ବିକାଶ ବାରିକ, ଦିବାକର ବିଶୋଇ, ଚମ୍ପାବତୀ ଅମାତ, ସଂଧ୍ୟା ସାହୁ, ପ୍ରେଟି କୌର, ପ୍ରିତୀ ଅଗ୍ରୱାଲ, ମଳୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ଭିଲାଇ, ଧମତରୀ, ସମ୍ବଲପୁର ଗ୍ରେଟର, ରାୟପୁର ମିଲେନିୟମ, ସୁନ୍ଦରଗଡ, କୋଲକାତା ସମେତ ରାଉରକେଲାର ସମସ୍ତ ରୋଟାରୀଆନ ଗୃପରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.