oom

ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର ଆସନ୍ତା ୧୮ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର ଆସନ୍ତା ୧୮ ତାରିଖ ଦିନ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୮ ତାରିଖ ରବିବାର ଦିନ ଏହି ଆଲୋଚନାଚକ୍ରରେ ୩୨୬୧ ଡିଷ୍ଟ୍ରିକ୍ଟର ଗଭର୍ଣ୍ଣର ରୋଟାରୀଆନ ଶଶାଙ୍କ ରସ୍ତୋଗୀ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ମନଜିତ ସିଂ ଅରୋରା, ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ୟାମାଶ୍ରୀ ସେନ୍, ନୋମିନି ରୋଟାରୀଆନ ସୁଖମିନ୍ଦର ସିଂ, ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ ଫକୀର ଚରଣ ମହାନ୍ତି ଅତିଥି ଭାବେ ଯୋଗ ଦେଉଥିବା ବେଳେ ଆରଏସପିର ଉପମହାପ୍ରବନ୍ଧକ ଆନନ୍ଦିତା ମହାପାତ୍ର ମୁଖ୍ୟବକ୍ତା ଅର୍ଘ୍ୟ ଗୁହା, ଏଜି ରୋଟାରୀଆନ ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ଉପସଭାପତି ରୋଟାରୀଆନ ସଂଧ୍ୟାରାଣୀ ବରାଳ ଅଧ୍ୟକ୍ଷତା କରିବାକୁ ଥିବାବେଳେ ଉପଦେଷ୍ଟା ରୋଟାରୀଆନ ଡ. ଅଞ୍ଜନା ମୈତ୍ର କାର୍ଯ୍ୟକ୍ରମରେ ସଂଯୋଜକ ଦାୟିତ୍ୱ ତୁଲାଇବେ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ରୋଟାରୀଆନ ଦିଲ୍ଲୀପ ଭୁଇ, ପୁତୁଲ ରାହୁଲ, ଲଳିତା ମୁଦୁଲି, ପିଉ ଗୁହା, ରାଜେନ୍ଦ୍ର ପ୍ରସାଦ, ନିରୁପମା ମିଶ୍ର, ବୀଣାପାଣି ରଥ, ଅର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.