ଲୋକକଳାକୁ ନେଇ ପଏଁରୀ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କଳା ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଗ୍ରାମୀଣ ଲୋକକଳାର ବିକାଶ ଏବଂ ସଂରକ୍ଷଣକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । “ସାଂପ୍ରତିକ ପରିସ୍ଥିତିରେ ଲୋକକଳା ଏବଂ କଳାକାର” ଶୀର୍ଷକ ଆଲୋଚନାଚକ୍ରରେ ସୁବର୍ଣ୍ଣପୁର ମାଟିରେ ଆବାହମାନ କାଳରୁ ରହିଥିବା ପାରମ୍ପାରିକ ଗୀତ, ନୃତ୍ୟ ଓ ବାଦ୍ୟର ସଂରକ୍ଷଣ ସହ ବିକାଶ ଆଜିର ଦିନରେ ଏକ ବଡ ଆହ୍ୱାନ ବୋଲି ବଶିଷ୍ଟ ସଂସ୍କୃତି ବିଷାରଦମାନେ ଆଲୋଚନା କରିଥିଲେ । ଲଡୁ କିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ଶିକ୍ଷାବିଦ୍ ବ୍ରଜମୋହନ ଦାନୀ, ନାଟଶ୍ରୀ ଗଦାଧର ବାରିକ, ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡଃ ଦେବାଶିଷ ପାଣ୍ଡିଆ, ସ୍ତମ୍ଭକାର ଘାସିରାମ ପଣ୍ଡା, ଲୋକ ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ, ବିଶିଷ୍ଟ ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁରର ବର୍ଣ୍ଣିଳ ସଂସ୍କୃତିର ପ୍ରଚାର – ପ୍ରସାର ସହ ପ୍ରାଚୀନ ଗ୍ରାମୀଣ କଳାର ବିକାଶରେ ଯୁବପୀଢିକୁ ଯୋଡିବାକୁ ଆହ୍ୱାନ ଦେଇଥିଲେ । ପଏଁରୀ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନାରେ ଆୟୋଜିତ ସଂପାନରେ ଜିଲ୍ଲାର ୬ଟି ବ୍ଲକରୁ ଶତାଧିକ ଗ୍ରାମୀଣ କଳାକାର ଅଂଶଗ୍ରହଣ କରି ମତ ବିନିମୟ କରିଥିଲେ ।

Leave A Reply

Your email address will not be published.